୨ ମାସ ହେଲା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ, ସାଧାରଣ ଲୋକେ ହଇରାଣ
ସୁବର୍ଣ୍ଣପୁର—ସୋନପୁର ସଦର ବ୍ଳକ ଜନମୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଛକ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ୨ ମାସ ହେଲା ଅଚଳ ହୋଇପଡିଛି। ଫଳରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରକଳ୍ପ ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚଦଶ ସି ଏଫ୍ ସି ପାଣ୍ଠିରୁ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା। ମାତ୍ର ଅଧିକାଂଶ ସମୟରେ ଏହା ଅଚଳ ହୋଇପଡୁଛି ।

ଫଳରେ ଲୋକେ ପାଣି ଟିକେ ପାଉ ନାହାନ୍ତି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଛାତ୍ରଛାତ୍ରୀ, ପଥଚାରୀ ଯାତାୟାତ ସହ ପ୍ରଚଣ୍ଡ ଖରା ହେଉଥିବାରୁ। ଏଠାରେ ପାନୀୟଜଳ ନିତ୍ୟନ୍ତ ଆବଶ୍ୟକ ଥିବାବେଳେ ୨ ମାସରୁ ଉର୍ଦ୍ଧ୍ୱ ହେବ ଏଥିପ୍ରତି କେହି ଧ୍ୟାନ ନଦେବା ଦୁର୍ଭାଗ୍ୟଜନକ। ବ୍ଳକ ପ୍ରଶାସନ ତୁରନ୍ତ ଏହି ପ୍ରକଳ୍ପଟିକୁ ଚାଳୁ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଅବହେଳା ସହ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ହୋଇଥିବା ଲୋକେ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
