ଅଙ୍ଗନଓ୍ବାଡି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଗ୍ରୀଷ୍ମପ୍ରବାହ ଛୁଟି, ମଂଜୁର କରିଥିବାରୁ ସ୍ବାଗତ
ରାଇରଙ୍ଗପୁର: ଗତ ୨୬ ତାରିଖ ଦିନ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାକର ଏସୋସିଏସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କୁ ପ୍ରବଳ ଗ୍ରୀଷ୍ମପ୍ରବାହ ନିମନ୍ତେ ଅଙ୍ଗନଓ୍ବାଡି ଛାତ୍ରଛାତ୍ରୀ ଙ୍କୁ ଛୁଟି କରିବାକୁ ଦାବି ଉପସ୍ଥାପନା କରିଥିଲେ ମୟୂରଭଞ୍ଜ ସର୍ବବୁହତ ଅଙ୍ଗନଓ୍ବାଡି ସଂଗଠନ ଜିଲ୍ଲା ଉପ-ସଭାନେତ୍ରୀ ନିଳେନ୍ଦ୍ରୀ ପାତ୍ର ଓ ସଂପାଦିକା ମନୋରମା ବେହେରାଙ୍କ ନେତୁତ୍ବରେ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ରାଜ୍ଯ ପ୍ରଭାରୀ ତଥା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ, ମୟୂରଭଞ୍ଜ ଜିଲ୍ଲା ସଂପାଦକ ବୋଧି ରଜତ ମହାନ୍ତ ତଥା ବିଭିନ୍ନ ବ୍ଲକରୁ ୪୫ ଜଣ କାର୍ଯ୍ଯକର୍ତ୍ତାଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଗ୍ରୀଷ୍ମପ୍ରବାହ ଛୁଟି ମଂଜୁର କରିଥିବାରୁ ଅଙ୍ଗନଓ୍ବାଡି ଛାତ୍ରଛାତ୍ରି ତଥା ଅଭିଭାବକ ମାନେ ସ୍ବାଗତ କରିଥିବା ବେଳେ ସଂଘ ପକ୍ଷରୁ ମଧ୍ଯ ସାଧୁବାଦ ଜଣାଯାଇଛି l ଏଥିରେ ଜିଲ୍ଲା ଡିଏସଡ୍ବ୍ଲୁ ଓ କୁ ମଧ୍ଯ ଅବଗତ କରାଯାଇଥିଲା l ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ତତକ୍ଷଣାତ କାର୍ଯ୍ଯକାରି ହୋଇଥିବାରୁ ବି ଏମ୍ ଏସ୍ ର ରାଜ୍ଯ ପଦାଧିକାରିୀ ନିଗମାନନ୍ଦ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିଛନ୍ତି l
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
