July 19, 2026
Home » ଅନାଥ କୁ ଭଗବାନ ସାହା ନ୍ୟାୟରେ ଚାଲିଛି ଅନାଥ ଆଶ୍ରମ !

ଅନାଥ କୁ ଭଗବାନ ସାହା ନ୍ୟାୟରେ ଚାଲିଛି ଅନାଥ ଆଶ୍ରମ !

0
WhatsApp Image 2026-07-19 at 12.34.56 PM

 

ଭୁବନେଶ୍ୱର: ରାଜ୍ୟରେ ବହୁ ସରକାରୀ କାର୍ଯ୍ୟକ୍ରମରେ ସରକାର ଅଜଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜକୋଷର ଦୁରୁପଯୋଗ କରୁଥିବା ବେଳେ ପ୍ରକୃତପକ୍ଷେ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ଥିବା ବ୍ୟକ୍ତି ବା ଅନୁଷ୍ଠାନ ଆର୍ଥିକ ସହାୟତା ନପାଇ ଦୁଃଖ କଷ୍ଟ ରେ ଗତି କରିବା ଆଲୋଚ୍ୟର ବିଷୟ ହୋଇଛି ।ବାଲେଶ୍ଵର ଜିଲ୍ଲା ଡଗରପଡା,ଓଉପଦା ଠାରେ ଥିବା ଅନାଥାଶ୍ରମର ଟିକୁ ୧୯୯୯ ମସିହାରେ ରେ ଜଣେ ପରୋପକାରୀ ବ୍ୟକ୍ତି ଗଠନ କରି ପ୍ରଥମେ ୨ ଜଣ ଅନାଥ ଶିଶୁଙ୍କୁ ନେଇ ଆରମ୍ଭ କରିଥିଲେ। ଆଜି ଏହି ଅନାଥ ଆଶ୍ରମ ଟି ବିଭିନ୍ନ ଦାଦନ୍ଯ ବ୍ୟକ୍ତି ବିଶେଷ ଓ କିଛି ପରୋପକାରୀ ଅନୁଷ୍ଠାନ ମାନଙ୍କର ଆର୍ଥିକ ସହାୟତାରେ ଚାଲିଛି।

ରାଜ୍ୟରେ ରାଜ୍ୟ ସରକାର ପଖାଳ ଖାଇବା ପର୍ବ ପାଳନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରିନିଜ ରେକର୍ଡ ପାଇଥିବା ଗଣମାଧ୍ୟମରେ ପ୍ରଚାର କରୁଥିବା ବେଳେ ଏହି ଅନାଥ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଅନାଥ ଆଶ୍ରମ ଆର୍ଥିକ ସ୍ଥିତି ସୁଦୃଢ଼ ହେବାର ଲକ୍ଷ୍ୟ ରଖି ସରକାର ଗ୍ରିନିଜ ରେକର୍ଡ ହାସଲ କଲେ ଅନୁଷ୍ଠାନଟି ପ୍ରତିଷ୍ଠା କରିଥିବା ମହାତ୍ମା ଓ ଅନାଥ ଆଶ୍ରମରେ ଆଶ୍ରୟ ନେଉଥିବା କୋମଳ ମତି ଶିଶୁ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରେନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *