July 19, 2026
Home » କ୍ଲାଇମେଟ୍ ପଂଚାୟତ ବୈଠକ

କ୍ଲାଇମେଟ୍ ପଂଚାୟତ ବୈଠକ

0
WhatsApp Image 2026-07-19 at 1.39.30 PM

ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ

ପାରାଦୀପ, : ପାରାଦୀପ ମଧବନସ୍ଥିତ ଅଫିସର୍ସ କ୍ଲବ୍ ପରିସରରେ ଆଜି ଅପରାହ୍ନରେ କ୍ଲାଇମେଟ୍ ପଂଚାୟତ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ନିର୍ବାଚନ ମଣ୍ଡଳୀସ୍ତରୀୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ପରିବେଶ ସୁରକ୍ଷା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗଛ ମାଆ ପାଇଁର ଆହ୍ୱାନ ଦେଇଥିଲେ । ଦିନକୁ ଦିନ ବିଶ୍ୱତାପମାନ ବଢିବାରେ ଲାଗିଛି । ଏହାକୁ ଗୁରୁତ୍ୱ ଦେଇ ସମସ୍ତେ ବୃକ୍ଷରୋପଣ କରି ପରିବେଶରେ ସନ୍ତୁଳନ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ବାଦ ପକ୍ଷରୁ ଆୟୋଜିତ ଏହି ସମାବେଶରେ ପୌରହିତ୍ୟ କରିଥିଲେ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢିହାରୀ । ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂ, ପାରିଷଦ ସୁବ୍ରତ କୁମାର ପ୍ରଧାନ, ପରିବେଶବିତ୍ ଅମରେଶ ନରେଶ ସାମନ୍ତ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ପାରାଦୀପର ବିଭିନ୍ନ ସମାଜିକ ଅନୁଷ୍ଠାନ, ସମାଜସେବୀ, ପରିବେଶବିତ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ପ୍ରଦୂଷଣ ରୋକିବା ଓ ବ୍ୟାପକ ବୃକ୍ଷରୋପଣ କରିବାକୁ ମତ ପ୍ରକାଶ କରିଥିଲେ ।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *