ଅଳିଆ ଦ୍ୱାର ରେ ପହଁଚିଲା ଦେବଗିରି l
l ଶ୍ରାବଣ ମାସ ରେ ରାୟଗଡା ଜିଲ୍ଲାର ଦେବଗିରି ପର୍ବତ ରେ ଥିବା ନୀଳକଣ୍ଠେଶ୍ଵର ମହାଦେବ ଏବେ ସାରା ଓଡିଶା ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି l ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ ରେ ଏହି ଦେବଗିରି ପର୍ବତ ଅବସ୍ଥିତ l ଏବେ ଶ୍ରାବଣ ର ମାସ ସରିଛି l ସାରା ଓଡିଶା ଓ ଅନ୍ୟ ରାଜ୍ୟ ରୁ ମଧ୍ୟ୍ୟ ଶ୍ରଦ୍ଧାଳୁ ମାନେ ଏହି ଶୈବ ପିଠ କୁ ଜଳାଭିଷେକ ପାଇଁ ଆସିଥାନ୍ତି l ଦୁଃଖ ର ବିଷୟ ଏହି କି ଯେ ଭକ୍ତ ମାନେ ଜଳାଭିଷେକ କରିବା ସହ ପରିବେଶ କୁ ଦୂଷିତ କରିଥାନ୍ତି l ଯେପରି କି ପ୍ଲାଷ୍ଟିକ ଗଡୁ ରେ ଜଳ ଅଭିଷେକ ପାଇଁ ନେବା, ପ୍ଲାଷ୍ଟିକ ବୋତଲ ଏଣେ ତେଣେ ପକାଇବା, କାଉଡି ଭାର ବାହାରେ ପକାଇବା ଇତ୍ୟାଦି l ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦେବଗିରି ରେ ଜଳାଭିଷେକ ପାଇଁ କିଛି କର୍ମକର୍ତା ଆସିଥିଲେ l ଏହି ଅଳିଆ କୁ ଦେଖି କର୍ମକର୍ତା ମାନେ ଅସନ୍ତୁଷ୍ଟ ହୋଇଥିଲେ l ଏହି ସ୍ଥାନ ରେ ଡଷ୍ଟପିନ ନ ଥିବା ରୁ ଏହିପରି ଅବ୍ୟବସ୍ଥା ହେଉଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି l ସମସ୍ତ ଙ୍କ ମିଳିତ ସହଯୋଗ ରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା l କାଉଡି ଭାଇ ମାନଙ୍କୁ ପ୍ଲାଷ୍ଟିକ ପାତ୍ର ରେ ଜଳ ନ ଆଣିବାକୁ ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ପରେ ଦେବଗିରି ପାହାଡ଼ ରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଓ ପର୍ଯ୍ୟାପ୍ତ ଡଷ୍ଟପିନ ରଖିବା ପାଇଁ ଜିଲ୍ଲା ପ୍ରଶାସନ କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ସୁବାଶିଷ ଷଢଙ୍ଗୀ, ମନୋଜ ନାୟକ, ଦେବେନ୍ଦ୍ର ନାୟକ, ରମେଶ ଦେହୁରୀ, ଦିଲ୍ଲୀପ କୁମାର ସାହୁ, ପ୍ରହଲ୍ଲାଦ ବାରିକ, ତପନ ସେନାପତି, ବିନୋଦ ପଣ୍ଡା ଓ ଗୌରାଙ୍ଗ ନାୟକ ଉପସ୍ଥିତ ଥିଲେ l
