July 19, 2026
Home » ଆଡ଼ପ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

ଆଡ଼ପ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

0
Screenshot 2026-07-19 155313

ଆଡ଼ପ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରିଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ ଆସି ଆଡ଼ପ ମଣ୍ଡପ ରେ ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତ ମାନେ ଗୁଣ୍ଡିଚା ମନ୍ଦିର ର ସିଂହ ଦ୍ୱାର ଦେଇ ପ୍ରବେଶ କରୁଛନ୍ତି। ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ମୁତୟନ କରାଯାଇଛି। ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଆଜି ସକାଳ ୯ ଟା ୩୦ ରେ ଦର୍ଶନ ଆରଂଭ ହୋଇଛି। ଆଜି ମହାପ୍ରଭୂ ଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ରାତି ୯ ଟା ରାତି ୩ ଟା ଯାଏ ଦର୍ଶନ ବନ୍ଦ ରହିବ। ଏଣୁ ଆଜି ଯେଉଁ ଭକ୍ତ ମାନେ ମହାପ୍ରଭୁ ଙ୍କୁ ଆଡ଼ପ ମଣ୍ଡପ ରେ ଦର୍ଶନ କରିବାକୁ ଆସୁଛନ୍ତି ସେମାନେ ରାତି ୯ ଟା ସୁଦ୍ଧା ଦର୍ଶନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦେଇ କରାଯାଇଛି।

ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଆଜି ମହାପ୍ରଭୁ ଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଙ୍କ ଶ୍ରୀମୁଖ ଶୃଙ୍ଗାର କୁ ଵନକ ଲାଗି ନୀତି କୁହାଯାଏ। ତେବେ ବନକ ଲାଗି ଏକ ସ୍ୱତନ୍ତ୍ର ନୀତି। ଦତ୍ତ ମହାପାତ୍ର ସେଵକ ମାନେ ହିଁ ଏହି ନୀତି କରିଥାନ୍ତି। ବିଧି ଅନୁସାରେ ଗୁରୁବାର ନ ହେଲେ ବୁଧବାର ଏହି ବନକ ଲାଗି ନୀତି ଅନୁଷ୍ଠିତ ହେଇଥାଏ। ପୂର୍ବରୁ ପ୍ରତୀ ସପ୍ତାହରେ ମହାପ୍ରଭୁ ଙ୍କ ବନକ ଲାଗି ନୀତି ହେଉଥିଲା। ହେଲେ ବିଭିନ୍ନ୍ କାରଣ କୁ ନେଇ ଏବେ ମାସକୁ ଦୂଇ ଥର ଏହି ନୀତି ଅନୁଷ୍ଠିତ ହେଉଛି। ତେବେ ମହାପ୍ରଭୁ ଙ୍କ ଶ୍ରୀମୁଖ ଶୃଙ୍ଗାର କେବଳ ପାରମ୍ପରିକ ରଙ୍ଗ ରେ ହୋଇଥାଏ। ବଜାର ରେ ମିଳୁଥିବା ରାସାୟନିକ ରଙ୍ଗ ରେ ହୁଏ ନାହିଁ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଆଦି ବିଭି୍ନ ପାରମ୍ପରିକ ସାମଗ୍ରୀ ରେ ରଙ୍ଗ କରାଯାଏ। ଶ୍ରୀମନ୍ଦିର ପ୍ରଶାସନ ଏହି ସାମଗ୍ରୀ ସେଵକ ଙ୍କୁ ଯୋଗାଇ ଥାଏ। ଏହି ନୀତି ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟ ରେ ଦର୍ଶନ ବନ୍ଦ ରହେ। ଦତ୍ତ ମହାପାତ୍ର ସେବକ ଙ୍କ ଛଡା କାହାରିକୁ ପ୍ରଵେଶ ଅନୁମତି ନଥାଏ। ମହାପ୍ରଭୁ ଙ୍କ ଶ୍ରୀମୁଖ ଶୃଙ୍ଗାର ପରେ ମହାପ୍ରଭୁ ଶ୍ରୀମୁଖ ଦର୍ଶନ କରି ଭକ୍ତ ମାନେ ଦିବ୍ୟ ଅନୁଭୂତି ହାସଲ କରିଥାନ୍ତି।

 

Leave a Reply

Your email address will not be published. Required fields are marked *