ବାତେରୀ ଘାଇ”କୋମାରେ କ୍ଷୁଦ୍ର ଜଳସେଚନ ବିଭାଗ କୃଷକ ଉନ୍ନତି ଦିଗରେ ??
ଫୁଲବାଣୀ-ଇ ପି ଏ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ ଅଧୀନ ନୂଆସାହି ବାତେରୀ ଘାଇ ଯେଉଁ ମାନେ ଦେଖିଲେ କହିବେ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ କନ୍ଧମାଳ, ଫୁଲବାଣୀ ଙ୍କର କି ଗୁଣଗାଇବି ମୂଳ ରୁ ପାହାଚ ପାହାଚ,ପୂର୍ବ ବି ଜେ ଡି ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ଅମଳରେ ୨୦୧୯ ଆର୍ଥିକ ବର୍ଷରୁ ୨୦୨୬ ଆର୍ଥିକ ବର୍ଷ ମଧ୍ୟରେ ବାତେରୀ ଘାଇ ର କୋୖଣସି ଉନ୍ନତି କରଣର ଗନ୍ଧ ବାସ୍ନା ନାହିଁ ବୋଲି ସ୍ଥାନୀୟ ଚାଷୀମାନଙ୍କ ଦୃଢ଼ ଅଭିଯୋଗ ,ବାତେରୀ ଘାଇ( କ୍ଷୁଦ୍ର ଜଳସେଚନ ପ୍ରକଳ୍ପ) ର ଅବସ୍ଥା କହିଲେ ନସରେ ସତରେ ଯେମିତି ଏହି ପ୍ରକଳ୍ପର ଦୀର୍ଘ ବର୍ଷ ହେଲା ଉନ୍ନତି କରଣର ଦିଗହରା ପଛରେ କିରହସ୍ୟ ଲୁଚିରହିଥିବା ସାଧାରଣ ରେ ସନ୍ଦେହ ଘେରରେ,ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ ,ଏବେ କୃଷକ ଭାଇ ମାନେ କହୁଛନ୍ତି,”ଜଳ ବିହୁନେ କୃଷି ନଷ୍ଟ, ଜଳ ବହୁଳେ କୃଷି ନଷ୍ଟ” ବିନା ଜଳସେଚନ ରେ ଜଳକର କୃଷକ ସରକାର ଙ୍କ ପାଖରେ ପୈଠ କରେ।ବାତେରୀ ଘାଇ ର କୋୖଣସି ଉନ୍ନତି କରଣର ପଦକ୍ଷେପ କାଗଜ କଲମରେ ୨୦୧୯ ରୁ ୨୦୨୬ ଆର୍ଥିକ ବର୍ଷ ମଧ୍ୟରେ ପରଦା ଆଢୁଆଳରେ ରାଧେ ରାଧେ ନୀତି ଅବଲମ୍ବନ କରାଯାଇ, ସରକାର ଙ୍କ ଆଖିରେ ଧୂଳି ଝାଡି, ସରକାର ଙ୍କୁ ହାତବାରସିକରି କୃଷକ ମାରଣ ନୀତି ଆପଣଙ୍କ ନେଇଛନ୍ତି,


ଯଦ୍ୱାରା ବାତେରୀ ଘାଇ ମରାମତି, ପଙ୍କୋଦ୍ଧାର, କେନାଲ ସବୁ ମରାମତି,ସଫା ମଧ୍ୟ କରାଯାଇନାହିଁ, ଯଦ୍ୱାରା କେନାଲ ଭିତରେ ପ୍ରବଳ ଅମିରି ଗଛ ଉଠିଛି କେନାଲ ମଝିରେ ମଝିରେ ଭାଙ୍ଗିରୁଜି ଯାଇଛି। କାଗଜ କଲମରେ କଣ କଣ କାମ ହୋଇଛି ତାହା ଭିଜିଲାନ୍ସ ଦ୍ବାରା ତଦନ୍ତ ହେଲେ ରହସ୍ୟ ସାଧାରଣ ଜନତା ଜାଣିପାରିବେ, ଅନ୍ତତଃ ବିନାଫଳକରେ ନୂଆ ସାହି ଛକ ଠାରୁ ବାତେରୀ ଘାଇ ପର୍ଯ୍ୟନ୍ତ ପ୍ରାୟତଃ ୫୦ ରୁ ୮୦ ଟଙ୍କା ବିନିଯୋଗ ରେ ନିମ୍ନ ମାନର ପିଚୁ ରାସ୍ତା ନିର୍ମାଣ ହୋଇଛି କାହା ସ୍ବାର୍ଥରେ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।ଏବେ ବି ଜେ ପି ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ତୁରନ୍ତ ବାତେରୀ ଘାଇ ର ମରାମତି କରାଗଲେ ଅଞ୍ଚଳ ର କୃଷକ ଭାଇ ମାନେ ଜଳସେଚନ ର ସୁବିଧା ପାଇ ପାରିବେ ତୁରନ୍ତ ମରାମତି ପାଇଁ ସାଧାରଣ ରେ ଦୃଢ଼ ଦାବି ହେଉଛି। ସୂଚନା ତାଙ୍କରି ଆଗାମୀ ଦିନରେ କ୍ଷୁଦ୍ର ଜଳସେଚନ ବିଭାଜନ କନ୍ଧମାଳ ଫୁଲବାଣୀ ର ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ର ଖବର ପ୍ରକାଶ ପାଇବ।
ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
