August 21, 2026
Home » ମାଣ୍ଡିଆ ଉଠାଇଲା ଭାରତୀୟ ଖାଦ୍ୟ ନିଗମ

ମାଣ୍ଡିଆ ଉଠାଇଲା ଭାରତୀୟ ଖାଦ୍ୟ ନିଗମ

0
WhatsApp Image 2025-08-20 at 9.52.24 PM

ଭୁବନେଶ୍ୱର: ଓଡିଶାରେ ଉତ୍ପାଦିତ ମାଣ୍ଡିଆର ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ଥିବାରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି । ଏଥିନିମନ୍ତେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଇଚ୍ଛାବ୍ୟକ୍ତ କରିଥିଲା । ରାଜ୍ୟରେ ଉପଲବ୍ଧ ମାଣ୍ଡିଆର ପୁଷ୍ଟି ଓ ଖାଦ୍ୟ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏଫ୍‌ସିଆଇ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଖାଦ୍ୟ ନିଗମ କେନ୍ଦ୍ରୀୟ ପୁଲ ଆଧାରରେ ରାଜ୍ୟରୁ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ଉଠାଇବ । ଯାହା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବ । ଉକ୍ତ ୪୦ ହଜାର ମେଟ୍ରିକ ଟନ ମଧ୍ୟରୁ ୧୬ ହଜାର ୮୦୦ ମେଟ୍ରିକ ଟନ ନେବା ପାଇଁ ଆନ୍ଧ୍ରପ୍ରଦେଶ ଇଛାବ୍ୟକ୍ତ କରିଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୬୪୨ ମେଟ୍ରିକ ଟନ ଏଫସିଆଇ ମାଧ୍ୟମରେ ଉଠାଣ ହୋଇଛି । ଉକ୍ତ ମାଣ୍ଡିଆ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଉଠାଣ ହୋଇଛି । ପର୍ଯ୍ୟାୟ କ୍ରମେ ଲକ୍ଷ୍ୟ ଧାର୍ଯ୍ୟ ଥିବା ବାକି ମାଣ୍ଡିଆ ମଧ୍ୟ ଉଠାଣ ହେବ । ଏହା କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମର ମିଳିତ ଉଦ୍ୟମରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।

ସୂଚନାଯୋଗ୍ୟ, ୨୦୨୪-୨୫ ଖରିଫ୍‌ ଋତୁରେ ରାଜ୍ୟର ପ୍ରାୟ ୬୪ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୫ ହଜାର ମେଟ୍ରିକ ଟନ୍‌ ମାଣ୍ଡିଆ ସଂଗ୍ରହ କରାଯାଇଥିଲା । ଏହି ସଂଗୃହୀତ ମାଣ୍ଡିଆ ମଧ୍ୟରୁ ୪୦ ହଜାର ମେଟ୍ରିକ୍‌ ଟନ୍‌ ଉଠାଣ ପାଇଁ ଏଫ୍‌ସିଆଇ ରାଜି ହୋଇଥିଲା । ଏହି ମର୍ମରେ କୋରାପୁଟ ଓ ନବରଙ୍ଗପୁରରୁ ୨୬୪୨ ମେଟ୍ରିକ୍‌ ଟନ୍‌ ମାଣ୍ଡିଆ ଉଠାଣ କରାଯାଇଛି ।

ଭାରତ ସରକାର ୨୦୨୩ ମସିହାକୁ ମାଣ୍ଡିଆ ଆନ୍ତର୍ଜାତିକ ବର୍ଷ ଭାବେ ଘୋଷଣା କରିବା ସହ ଏହାର ଉତ୍ପାଦନ ଓ ପୋଷଣଯୁକ୍ତ ଖାଦ୍ୟ ଭାବେ ଜନାଦୃତି ପାଇଁ ମଧ୍ୟ ଅଭିଯାନ ଜାରି ରଖିଛନ୍ତି । ସେହିଭଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡିଆକୁ ଏକ ଉଚ୍ଚ ଗୁଣବତ୍ତା ଖାଦ୍ୟ ଭାବେ ଘୋଷଣା କରିବା ସହ ଲୋକ ମାନଙ୍କୁ ମାଣ୍ଡିଆ ଭଳି ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅନୁରୂପ ଭାବେ ଓଡ଼ିଶା ସରକାର ମଧ୍ୟ ଅଧିକ ପୁଷ୍ଟି ଓ ଗୁଣବତ୍ତାସଂପନ୍ନ ମାଣ୍ଡିଆ ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦ୍‌ବ୍ୟତୀତ ଫସଲ ବିବିଧିକରଣ ପାଇଁ ଅଧିକରୁ ଅଧିକ ମାଣ୍ଡିଆ ଚାଷ ଉପରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଏହାଦ୍ୱାରା କୃଷକ ମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବା ସହ ବିକଶିତ ଭାରତ ଓ ବିକଶିତ ଓଡିଶା ଲକ୍ଷ୍ୟ ହାସଲରେ ଏହା ସହାୟକ ହେବ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed