August 20, 2026
Home » କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ.

କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ.

0
WhatsApp Image 2025-08-21 at 1.59.05 PM

ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ବିଧାୟକ ପାର୍ଥୀ ଭାଗିରଥି ବେହେରା ଙ୍କ ନେତୃତ୍ୱ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତ ବିନ୍ଧାଣି ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜନ୍ମଜୟନ୍ତୀ ପାଳନ କରାଗଲା। ଛତ୍ରପୁର ଅପର ବସ୍ ଷ୍ଟାଣ୍ଡ ସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣକରି ରାଜୀବ ଗାନ୍ଧୀ ଅମର ରହେ ନାରା ରୁ ଦେଇ ସ୍ମୃତି ଚାରଣ କରାଯାଇଥିଲା । PCC ସଭ୍ୟ ଡ଼ଃ.ସମ୍ଭୁ ପାଣିଗ୍ରାହୀ ଉପସ୍ଥିତ କର୍ମୀ ଙ୍କୁ ରାଜୀବ ଗାନ୍ଧୀ ଙ୍କ ଭାରତବର୍ଷ ପ୍ରତି ଅବଦାନ ସମ୍ପର୍କରେ ଉଦ୍ ବୋଧନ ଦେଇଥିଲେ ।ଉକ୍ତକାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ରାମସ୍ବାମୀ ରେଡ୍ଡୀ, ଟି କ୍ରିଷ୍ଣା ରେଡ୍ଡୀ ,ଜିଲ୍ଲା ଷ୍ଟ୍ରିରିଂ କମିଟି ସଦସ୍ୟ ଗଣପତି ବାରିକ, ଯୁବ କଂଗ୍ରେସ ନେତା ବଳିଆ ବେହେରା, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ମହେଶ କୁମାର ଗୌଡ , ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇ, ପିସିସି ସଭ୍ୟ ଭବାନୀ ବେହେରା, ପୂର୍ବତନ ନଗର ସଭାପତି କାଳିଆ ରାଉଳ, ଅଶୋକ ପଟ୍ଟନାୟକ, ଟି.ବେଣୁଗୋପାଳ ଆଚାରୀ, ହାଡୁ ରେଡ୍ଡୀ,ବିକ୍ରମ ରେଡ୍ଡୀ, ଆଦିତ୍ୟ ଦାସ , କୁନି ନାୟକ,ରବି ମୁଦୁଲି,ଗୁରୁ ରେଡ୍ଡୀ ଆଦି ବହୁ ସଂଖ୍ୟା ରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

CHATRAPUR RU MUNA BEHERA NKA REPORT

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed