ଓଡିଶାର ବିକାଶ ରେ ଆଞ୍ଚଳିକ ଭାଷା ଓ ସଂସ୍କୃତିର ମହତ୍ତ୍ୱ ଶୀର୍ଷକ ଆଲୋଚନା ଚକ୍ର

ସୁବର୍ଣ୍ଣପୁର:ଚଳିତ ମାସ 25 ତାରିଖ ସନ୍ଧ୍ୟା 6 ଘଣ୍ଟା ସମୟ ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ” ଓଡିଶା ର ବିକାଶ ରେ ଆଞ୍ଚଳିକ ଭାଷା ଓ ସଂସ୍କୃତି ର ମହତ୍ତ୍ୱ ” ଶୀର୍ଷକ ଏକ ଆଲୋଚନା ଚକ୍ର ଏବଂ ମାଟିର ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷ୍ଟିତ ଚଳଚିତ୍ର ” ଜଙ୍ଗଲ ଜଲୁଛେ ” ର ଟ୍ରେଲର ଲଞ୍ଚ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମାନବ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ବିଚାରପତି ଶତ୍ରୁଘ୍ନ ପୁଜାହାରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର ଉପ କୁଳପତି ନରେନ୍ଦ୍ର କୁମାର ମିଶ୍ର, ବରଗଡ଼ ର ପ୍ରାକ୍ତନ ସାଂସଦ ଡା. ପ୍ରଭାସ ସିଂହ, ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଧାୟକ ନାଉରି ନାଏକ, ଓଡିଶା ସାହିତ୍ୟ ଓ ସଂଗୀତ ନାଟକ ଏକାଡେମୀ ର ସଚିବ ଡା. ଚନ୍ଦ୍ରଶେଖର ହୋତା ଓ ଲେଖକ ଓ ଗବେଷକ ପ୍ରlଧ୍ୟାପକ ଡା. ସନ୍ତୋଷ କୁମାର ରଥ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଉଥିବା ବେଳେ ବିଶିଷ୍ଟ ସାମ୍ବାଦିକ, ଚଳଚ୍ଚିତ୍ର ଗବେଷକ ଦିଲ୍ଲୀପ ହାଲି, ଓଡ଼ିଆ ଅଭିନେତା ଅଶ୍ରୁ ମୋହନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବୀରେନ୍ଦ୍ର ମିଶ୍ର, ଆଦିକନ୍ଦ ରାଉତ ତଥା ନୈନା ଦାସ ପ୍ରମୁଖ ଯୋଗଦାନ କରିବେ ବୋଲି ସହଯୋଗୀ ଗୋରଖନାଥ ସାହୁ, ପ୍ରଯୋଜକ ନିବେଦିତା ନାୟକ, ମୀନା ମହାରଣା ଓ ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..