August 21, 2026
Home » କଣ୍ଟେନର ଟ୍ରକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

କଣ୍ଟେନର ଟ୍ରକ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

0
WhatsApp Image 2026-01-19 at 3.24.41 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅନ୍ତର୍ଗତ ଦୂରଦୁରା ଛକ ନିକଟରେ ବିପୁଳ ପରିମାଣ ର ଗଞ୍ଜେଇ ସହ ବ୍ୟବହୃତ କଣ୍ଟେନର ଟ୍ରକ କୁ ଜବତ କରିଛି ସୁବଳୟା ପୋଲିସ l ଏଥିରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଗତ 18/01/26 ରବିବାର ସକାଳ ପ୍ରାୟ 7.30 ଘଣ୍ଟା ସମୟ ରେ ସୁବଳୟା ଥାନା ର IIC ସୁଶାନ୍ତ କୁମାର ପ୍ରଧାନ ଓ ଥାନା ର ଅନ୍ୟ କର୍ମଚାରୀ ଙ୍କ ସହିତ ସୁବଳୟା ଏବଂ ଦୂରଦୁରା ଛକ ନିକଟ ରେ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ସନ୍ଧେହ ଜନକ ଭାବରେ ସମ୍ବଲପୁର କଦଳୀଗଡ଼ ରୁ ସୁବଳୟା ଥାନା ଅନ୍ତର୍ଗତ ଦୂରଦୁରା ଛକ ଗଞ୍ଜେଇ ବୋଝେଇ ହୋଇଥିବା ଏକ କଣ୍ଟେନର ଟ୍ରକ ( ନମ୍ବର ପ୍ଲେଟ – NL-O1 N 6914 ) କୁ ସନ୍ଧେହ ଜନକ ଭାବରେ ଅଟକାଇଥିଲେ l ଏହା ପରେ NDPS ଆଇନ ର ପ୍ରଚଳିତ ନିୟମ ଅନୁସରଣ କରି ସାକ୍ଷୀ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଚୋରା ଗଞ୍ଜେଇ ସହିତ କଣ୍ଟେନର ଟ୍ରକ, ଦୁଇଟି ମୋବାଇଲ ଫୋନ, 8700 ନଗଦ ଟଙ୍କା ଜବତ କରାଯାଇଥିଲା l ତଲାସୀ ସମୟ ରେ ମୋଟ 20 ଟି ବଡ଼ ବ୍ୟାଗ ଚିହ୍ନଟ ହୋଇଥିଲା l ଉକ୍ତ 20 ଟି ବଡ଼ ବ୍ୟାଗ ଖୋଲିବା ପରେ ମାଟିଆ ରଙ୍ଗର ସେଲୋ ଟେପ ସହିତ ଗୁଡ଼ାଯାଇଥିବା 607 ଟି ଛୋଟ ପ୍ୟାକେଟ ମିଳିଥିଲା ଏବଂ ଗଞ୍ଜେଇ ର ମୋଟ ଓଜନ 5 କୁଇଣ୍ଟାଲ 93 କେଜି ଥିଲା l ସରକାରୀ ମୂଲ୍ୟାଙ୍କନ ଅନୁସାରେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 5930000/ ଟଙ୍କା ହେବ l ଏହି ମାମଲା ରେ ସମ୍ପୃକ୍ତ ଥିବା ବିହାର ରାଜ୍ୟ ର ଭୋଜପୁର ଜିଲ୍ଲା ଶାହାପୁର ଥାନା ଅନ୍ତର୍ଗତ ସୋନାବର୍ଷା ଗ୍ରାମ ର ଅନିଲ ଯାଦବ ( 28 ) ଓ ଝାରଖଣ୍ଡ ରାଜ୍ୟ ର ଧାନବାଦ ଜିଲ୍ଲା ର ଝରିଆ ତେତଲମରି ଗ୍ରାମ ର ବିନୁ ମଲ୍ଲହ (35 ) ଙ୍କୁ ଗିରଫ କରାଯାଇଛି l ଏ ସମ୍ପର୍କ ରେ ସୁବଳୟା PS କେସ ନମ୍ବର 14/18/01/2026 U/s-20 ( b )(ii) C NDPS ଆକ୍ଟ ରେ ଏକ ମାମଲା ରୁଜୁ ହୋଇଛି ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l ବୀରମହାରାଜପୁର SDPO ହେମନ୍ତ କୁମାର ରାଓ ଚୋରା ଗଞ୍ଜେଇ ର ଉତ୍ସ ଏବଂ ଅଭିଯୁକ୍ତ ମାନଙ୍କ ବିଷୟ ରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।