April 22, 2026
Home » କାହାଣୀ ରେ ପୁରୀ ରୁ ପୃଥିବୀ

କାହାଣୀ ରେ ପୁରୀ ରୁ ପୃଥିବୀ

0
WhatsApp Image 2026-04-21 at 6.46.38 PM (1)

 

ପୁରୀ:ଉତ୍କର୍ଷ କଳାର ରାଜ୍ୟ ଉତ୍କଳ ରେ ପ୍ରତିଗାଁ,ପ୍ରତି ପର୍ବ ପ୍ରତି ପରମ୍ପରା ପଛରେ କୌଣସି ନା କୌଣସି କାହାଣୀ ଲୁଚି ରହିଛି।ସମାଜ କୁ ସୁନ୍ଦର୍ ବାର୍ତ୍ତା ପ୍ରଦାନ କରୁଥିବା ଏହି କାହାଣୀ କୁ ଓଡ଼ିଶା ହିତରେ ସୀମିତ ନରଖି ବିଶ୍ୱ ଦରବାର ରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି ପୁରୀ ସ୍ଥିତ ସ୍ବେଛାସେବୀ ସଙ୍ଗଠନ ସଂପର୍କ ଏବଂ ଦିଲ୍ଲୀ ସ୍ଥିତ ସଂଗଠନ ପ୍ଲକ୍।ଏହି କାହାଣୀ କହିବାର ଶୈଳୀ ସମ୍ପର୍କରେ ସ୍ବେଛାସେବୀ ଅନୁଷ୍ଠାନ “ସଂପର୍କ ” ସହଯୋଗରେ ପୁରୀସ୍ଥିତ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ଏକ କର୍ମଶାଳା।
ଏହି କର୍ମଶାଳା କୁ ଉଦ୍ଘାଟନ କରି ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା ପୁରୀ ରୁ ପୃଥିବୀ ପରିପ୍ରେକ୍ଷୀ ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନାମ କରଣର ବିଶେଷତ୍ୱ ସମ୍ପର୍କରେ ସୂଚନା ନେଇ, ‘ଏପରି କାହାଣୀ ମାଧ୍ୟମରେ ଆମର ଐତିହ୍ୟ ଓ ପରମ୍ପରା କୁ ବିଶ୍ୱ ଦରବାର ରେ ଉପସ୍ଥାପନ କରିବା ସହ କଳାତ୍ମକ ଉତ୍ପାଦ ର ପ୍ରଚାର ପ୍ରସାର କରିହେବ ବୋଲି ପ୍ରକାଶ କରିଥିଲେ।

ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଏହି କାହାଣୀ କଥନ କଳା ମାଧ୍ୟମ ରେ ସୁପ୍ତ ପ୍ରତିଭା ର ବିକାଶ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ ମାନସ ସାହୁ ସାମାଜିକ ଗଣମାଧ୍ଯମ ଜରିଆରେ ଅଳ୍ପସମୟ ମଧ୍ଯ ରେ ଏପରି କାର୍ଯ୍ୟକ୍ରମ ଦ୍ୱାରା ଲୁକାୟିତ ପ୍ରତିଭା କୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ସମ୍ଭବ ବୋଲି କହିଥିଲେ।କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗ ଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ପ୍ଲକ ର ପ୍ରତିନିଧି ଅଭିଷେକ ରାଜ ଏବଂ ପ୍ରଶିକ୍ଷକ ନାଜିଆ ଜି ସୁନ୍ଦର ଦୃଶ୍ୟ ଶ୍ରାବ୍ୟ ଉପକରଣ ମାଧ୍ୟମ ରେ ବିଭିନ୍ନ ସ୍ଥାନରୁ ଆସିଥିବା କବି , ଉଦ୍ୟାନବିତ, ପଟ୍ଟ ଚିତ୍ର ଶିଳ୍ପୀ,ମହିଳା ଶିଳ୍ପ ଉଦ୍ୟୋଗୀ ,ଚିତ୍ରକର,ସଂସ୍କୃତି ପ୍ରେମୀ,ସ୍ବେଛାସେବୀ ମାନଙ୍କୁ ଏହି କର୍ମଶାଳା ରେ ତାଲିମ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସଂଯୋଜନା କରୁଥିବା ସଂପର୍କ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଭିବିଶ୍ୟତ ରେ ଅଧିକ ରୁ ଅଧିକ କାର୍ଯ୍ୟକ୍ରମ କରିବା ପାଇଁ ପ୍ଲକ ର ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ।ଶୁଭ ପ୍ରସାଦ ଶର୍ମା ,ବିଶ୍ୱଜିତ୍ ମିଶ୍ର,ବାସୁଦେବ ସେନାପତି,ରାକେଶ ସେଠୀ ,ଆଶିଷ କୁମାର ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *