April 22, 2026
Home » ବିରୋଧୀ ଆଇନ ସମ୍ବନ୍ଧୀୟ ଅଧ୍ୟକ୍ଷ ମାନଙ୍କ କମିଟିର ଦ୍ବିତୀୟ ବୈଠକ

ବିରୋଧୀ ଆଇନ ସମ୍ବନ୍ଧୀୟ ଅଧ୍ୟକ୍ଷ ମାନଙ୍କ କମିଟିର ଦ୍ବିତୀୟ ବୈଠକ

0
Screenshot 2026-04-22 150044

ଭାରତୀୟ ସମ୍ବିଧାନର ଦଶମ ସୂଚୀ ଅଧିନରେ ଥିବା ଦଳ ବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ ଅଧ୍ୟକ୍ଷ ମାନଙ୍କ କମିଟିର ଦ୍ବିତୀୟ ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଦଳ ବଦଳ ବିରୋଧୀ ଆଇନ କୁ ଆହୁରି ମଜବୁତ କିଭଳି କରାଯାଇପାରିବ ସେନେଇ ଆଜିର ବୈଠକରେ ଆଲୋଚନା ହୋଇଛି‌। ଆଗାମୀ ଜୁନ ମାସରେ କର୍ଣ୍ଣାଟକରେ ଆଉ ଏକ ବୈଠକ କରାଯାଇ ଦଳ ବଦଳ ବିରୋଧୀ ଆଇନ କୁ ଆହୁରି କିଭଳି ମଜବୁତ କରାଯାଇପାରିବ ସେନେଇ ଏକ ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ କମିଟି ପ୍ରଦାନ କରିବ। ଦଳ ବଦଳ ବିରୋଧୀ ଆଇନ ଦେଶର ଲୋକ ତାନ୍ତ୍ରିକ ବ୍ୟବସ୍ଥାର ସ୍ଥିରତା, ଶାସନ ଶୃଙ୍ଖଳା ଓ ନୈତିକତା କୁ ସୁନିଶ୍ଚିତ କରିବାରେ ଏକ ମୂଲ୍ୟବାନ ବ୍ୟବସ୍ଥା। ଏହି ଆଇନ୍ ୫୨ ତମ ସମ୍ବିଧାନ ସଂଶୋଧନ ଅଧିନିୟମ ୧୯୮୫ ମାଧ୍ୟମରେ ପ୍ରଚଳିତ ହୋଇଥିଲା। ଯାହାର ଲକ୍ଷ୍ୟ ଅନୈତିକ ଦଳ ବଦଳ କୁ ରୋକିବା ଏବଂ ମତଦାତା ଙ୍କ ଆସ୍ଥାକୁ ସୁରକ୍ଷିତ ରଖିବା। ପୁରୀରେ ଅନୁଷ୍ଠିତ ଦଳ ବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ କମିଟିର ବୈଠକରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ବିଧାନସଭା ବାଚସ୍ପତି ଓ ସମ୍ବିଧାନ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟତଃ ଅଯୋଗ୍ୟତା ମାମଲା ମାନଙ୍କର ଶିଘ୍ର ନିଷ୍ପତ୍ତି, ଅଧ୍ୟକ୍ଷ ମାନଙ୍କର ନିସ୍ପକ୍ଷତା ସୁଦୃଢ଼ କରିବା ଓ ବର୍ତ୍ତମାନ ଆହ୍ବାନ ଗୁଡିକ ପାଇଁ ସୁଚିନ୍ତିତ ପ୍ରକ୍ରିୟା ବିକାଶ ଉପରେ ଗୁରୁତ୍ବ ଦିଆଯିବା ଉପରେ ଆଲୋଚନା ହୋଇଥିଲା। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନାରଓ୍ବେକର ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବାଚସ୍ପତି ସୁରମା ପାଢୀ, କର୍ଣ୍ଣାଟକର ବାଚସ୍ପତି, ନାଗାଲାଣ୍ଡର ବାଚସ୍ପତି ଏହି କମିଟିର ସହ ଅଧ୍ୟକ୍ଷ ଭାବେ ଦାୟୀତ୍ବ ପାଳନ କରୁଛନ୍ତି। ଆଗାମୀ ୮ ମାସ ମଧ୍ୟରେ ଲୋକସଭାର ବାଚସ୍ପତିଙ୍କୁ ଦଳବଦଳ ବିରୋଧୀ ଆଇନ କୁ କିଭଳି ମଜବୁତ କରାଯାଇପାରିବ ସେନେଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ଓଡ଼ିଶା ର ବାଚସ୍ପତି ସୁରମା ପାଢୀ ଏବଂ ଦଳବଦଳ ବିରୋଧୀ ଆଇନ ସମ୍ବନ୍ଧୀୟ କମିଟିର ଅଧ୍ୟକ୍ଷ ରାହୁଲ ସୁରେଶ ନାରଓ୍ବେକର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *