July 19, 2026
Home » ଆମୋନିଆର ସୁରକ୍ଷିତ ବ୍ୟବହାର ଉପରେ ଦିନିକିୟା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଆମୋନିଆର ସୁରକ୍ଷିତ ବ୍ୟବହାର ଉପରେ ଦିନିକିୟା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

0
WhatsApp Image 2026-07-19 at 1.39.07 PM

ପାରାଦୀପ, : କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଓଡ଼ିଶାର ସ‌ହ‌ଯୋଗରେ “ଆମୋନିଆର ସୁରକ୍ଷିତ ବ୍ୟବହାର” ଶୀର୍ଷକ ଦିନିକିୟା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରାଦୀପସ୍ଥିତ ଇଫକୋ ପାରାଦୀପ ୟୁନିଟ୍‌ର କମ୍ୟୁନିଟି ସେଣ୍ଟରରେ ଆୟୋଜିତ ହୋଇଥିଲା।ଆମୋନିଆ ବ୍ୟବହାର କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ସୁରକ୍ଷା ସଚେତନତା, ବୈଷୟିକ ଦକ୍ଷତା ଓ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଆମୋନିଆର ସୁରକ୍ଷିତ ପରିଚାଳନା, ସଂରକ୍ଷଣ, ପରିବହନ, ରକ୍ଷଣାବେକ୍ଷଣ, ନିରୀକ୍ଷଣ ଓ ଆପ‌ତ୍‌କାଳୀନ ପ୍ରତିକ୍ରିୟା ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରମ ବିଭାଗର ନିର୍ଦ୍ଦେଶକ ତଥା କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ଓଡିଶା ସରକାରଙ୍କ ଇନ୍ଦ୍ରମଣି ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କାରଖାନା ଓ ବଏଲର ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ, ଇଫକୋ ପାରାଦୀପ ୟୁନିଟ୍ ଏବଂ ପିପିଏଲ ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।ଉପସ୍ଥିତ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ କାରଖାନା ଓ ବଏଲର (ସୁରକ୍ଷା) ଉପନିର୍ଦ୍ଦେଶକ ଡଃ ମଳୟ କୁମାର ପ୍ରଧାନ, କଟକ ଡିଭିଜନର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା, ପାରାଦୀପ ଜୋନ୍‌ର ସହକାରୀ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ଶେଖର ବେହେରା, କଟକ ଜୋନ୍‌ର ସହକାରୀ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ସାହୁ, ଆଇଏଫଏଫସିଓ ପାରାଦୀପ ୟୁନିଟ୍‌ର ମୁଖ୍ୟ ପି. କେ. ମହାପାତ୍ର ଏବଂ ପିପିଏଲ୍‌ର ସିଏମଓ ତଥା ୟୁନିଟ୍ ହେଡ୍‌ ଏସ୍. ଗିରିଶ ଉପସ୍ଥିତ ଥିଲେ।ସଭାକୁ ସମ୍ବୋଧୃତ କରି ଇନ୍ଦ୍ରମଣି ତ୍ରିପାଠୀ ବିପଜ୍ଜନକ ରାସାୟନିକ ପଦାର୍ଥ ସହ କାର୍ଯ୍ୟ କରୁଥିବା ଶିଳ୍ପଗୁଡ଼ିକରେ ସୁରକ୍ଷାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସେ ଆଇନଗତ ବ୍ୟବସ୍ଥାର କଡ଼ାକଡ଼ି ପାଳନ, ପ୍ରକ୍ରିୟା ସୁରକ୍ଷା ପରିଚାଳନା ବ୍ୟବସ୍ଥା ସୁଦୃଢ଼ କରିବା, ସୁରକ୍ଷା ଅଡିଟ୍ କରିବା, ନିୟମିତ ପ୍ରଶିକ୍ଷଣ ଓ ମକ୍ ଡ୍ରିଲ୍ ଆୟୋଜନ ଉପରେ ଗୁରୁତ୍ୱ ଦେଇଥିଲେ।ଡଃ ମଳୟ କୁମାର ପ୍ରଧାନ ବିପଦ ଚିହ୍ନଟ, ଝୁମ୍ପି ମୂଲ୍ୟାଙ୍କନ, ନିରୀକ୍ଷଣ ଓ ଆମୋନିଆ ପରିଚାଳନା ପ୍ରଣାଳୀର ପ୍ରମାଣୀକରଣ ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରୀ ମନୋଜ କୁମାର ପଣ୍ଡା ଆଇନଗତ ଅନୁପାଳନ, ପ୍ରତିରୋଧମୂଳକ ରକ୍ଷଣାବେକ୍ଷଣ ଓ ଶିଳ୍ପ କର୍ମଚାରୀଙ୍କ ନିରନ୍ଧର କ୍ଷମତା ବିକାଶ ଉପରେ ଆଲୋକପାତ କରିଥିଲେ।ଇଫକୋ ପାରାଦୀପ ୟୁନିଟ୍‌ର ମୁଖ୍ୟ ପି. କେ. ମହାପାତ୍ର ଓ ପିପିଏଲ୍‌ର ସିଏମଓ ତଥା ୟୁନିଟ୍ ହେଡ୍ ଏସ୍. ଗିରିଶ ନିଜ ନିଜ ସଂସ୍ଥାର ଶ୍ରମିକ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରତିରୋଧମୂଳକ ରକ୍ଷଣାବେକ୍ଷଣ ଓ ଆଧୁନିକ ସୁରକ୍ଷା ପଦ୍ଧତି ଗ୍ରହଣ ପ୍ରତି ପ୍ରତିବଦ୍ଧତା ବିଷୟରେ କହିଥିଲେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଆମୋନିଆ ବ୍ୟବହାରକାରୀ ଶିଳ୍ପ ସଂସ୍ଥାର ପ୍ରାୟ ୧୬୦ ଜଣ ପ୍ରତିନିଧୂ, ଯଥା ଇଞ୍ଜିନିୟର, ସୁପରଭାଇଜର, ଅପରେଟର ଓ ସୁରକ୍ଷା ବିଶେଷଜ୍ଞମାନେ ଯୋଗ ଦେଇଥିଲେ।ଏହି ଅଧିବେଶନରେ ଦୀପକ ଫର୍ଟିଲାଇଜର୍ସ, ୟୁନାଇଟେଡ୍ ବୁଅରିଜ୍, ଇଫକୋ, ପିପିଏଲ, ଉଦ୍ୟୋଗୀ ପ୍ଲାଷ୍ଠିକ୍ସ ଏବଂ ଓଡ଼ିଶା ଫ୍ୟାକ୍ଟରିଜ୍ ରୁଲ୍ସ ଅନୁଯାୟୀ ମାନ୍ୟତାପ୍ରାପ୍ତ ଦକ୍ଷ ବ୍ୟକ୍ତି ରାଜେଶ କାନୁନଗୋ ଯୋଗଦେଇ ବିଭିନ୍ନ ବିଷୟରେ ତାଲିମ ଦେଇଥିଲେ। ଏଥିରେ ଆଇନଗତ ସୁରକ୍ଷା ବ୍ୟବସ୍ଥା, ଆମୋନିଆ ପରିଚାଳନା ପ୍ରଣାଳୀ, ସଂରକ୍ଷଣ ଓ ରକ୍ଷଣାବେକ୍ଷଣ, ଜରୁରୀକାଳୀନ ପ୍ରତିକ୍ରିୟା ଯୋଜନା, ସୁରକ୍ଷା ମାନଦଣ୍ଡ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟବହାର ବିଷୟରେ ଆଲୋଚନା ହୋଇଥିଲା।କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଆମୋଳିଆ ଟ୍ୟାଙ୍କର ଲିକେଜ୍‌କୁ ନେଇ ଆୟୋଜିତ ଲାଇଭ୍ ମକ୍ ଡ୍ରିଲ୍ କାରଖାନା ଓ ବଏଲର ନିର୍ଦ୍ଦେଶାଳୟର ନେତୃତ୍ରରେ ଇଫକୋ ପାରାଦୀପ ୟୁନିଟ୍ ଓ ପିପିଏଲ୍‌ର ସହଯୋଗରେ ଏହା ଆୟୋଜିତ ହୋଇଥିଲା। ଏଥିରେ ଲିକେଜ୍ ଚିହ୍ନଟ, ଆପତ୍‌କାଳୀନ ପ୍ରତିକ୍ରିୟା ଆରମ୍ଭ, ସ୍ଥାନାନୁରଣ ପ୍ରକ୍ରିୟା, ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ସମନ୍ବିତ ଜରୁରୀ ପରିଚାଳନାର ପ୍ରଦର୍ଶନ କରାଯାଇଥିଲା।ଶେଷରେ ପାରାଦୀପ ଜୋନ୍‌ର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *