October 1, 2026
Home » ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା।

ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା।

0
WhatsApp Image 2026-10-01 at 2.26.37 PM

 

ଜଟଣୀ: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ୨୦୨୬ ସେପ୍ଟେମ୍ବର ମାସରେ ଅବସରଗ୍ରହଣ କରିଥିବା ୧୮ ଜଣ ରେଳ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଭାରତୀୟ ରେଳ ପ୍ରତି ସେମାନଙ୍କର ଦୀର୍ଘବର୍ଷର ନିଷ୍ଠାପୂର୍ଣ୍ଣ ଓ ମୂଲ୍ୟବାନ ସେବା ପାଇଁ ଏହି ଅବସରରେ ସେମାନଙ୍କୁ ସମ୍ମାନ ଜଣାଯାଇଥିଲା।
ଅବସରଗ୍ରହଣ କରିଥିବା କର୍ମଚାରୀ ମାନେ ହେଲେ ଇଞ୍ଜିନିୟରିଂ, ବାଣିଜ୍ୟ, ବିଦ୍ୟୁତ, ଯାନ୍ତ୍ରିକ, ପରିଚାଳନା ଏବଂ ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିଲେ।

ଚଳିତ ମାସରେ ଅବସରଗ୍ରହଣ କରିଥିବା କର୍ମଚାରୀମାନେ ହେଲେ— ଆକାଉଣ୍ଟସ୍ ବିଭାଗର ମଥା ଭେଙ୍କଟ ରମଣ ରାଓ; ଇଞ୍ଜିନିୟରିଂ ବିଭାଗର କିଶୋର ଚନ୍ଦ୍ର ମହାପାତ୍ର, ବିରଞ୍ଚି ନାରାୟଣ ଦାସ, ଦଣ୍ଡପାଣି ଏବଂ ବି. ସକଲି ପାତ୍ର; ବାଣିଜ୍ୟ ବିଭାଗର ଇତିଶ୍ରୀ ଦାସ, ଜେ. କ୍ରିଷ୍ଣା ରାଓ ଏବଂ ତ୍ରିଲୋଚନ ଦାସ; ବିଦ୍ୟୁତ ବିଭାଗର କେ. କାମେଶ୍ୱର ରାଓ ଏବଂ ହରମୋହନ ବେହେରା; ମେକାନିକାଲ୍ ବିଭାଗର ପ୍ରମିଳା ଜେନା ଏବଂ ବେଣୁଧର ବେହେରା; ଅପରେଟିଂ ବିଭାଗର ଦେବରାଜ ବେହେରା, କେ. ଏସ୍. ଭାସ୍କର, ଦୀନବନ୍ଧୁ ବେହେରା, ସର୍ବେଶ୍ୱର ଜେନା ଏବଂ ମହମ୍ମଦ କାଲୁ; ଏବଂ ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ଫାଲ୍ଗୁନୀ ମୁଖୋପାଧ୍ୟାୟ।

ଏହି ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍‌ଫ୍ରା) ଶ୍ରୀ ରାଜଧାରୀ ଯାଦବ ଅବସରଗ୍ରହଣ କରୁଥିବା କର୍ମଚାରୀ ମାନଙ୍କର ଦୀର୍ଘବର୍ଷର ସେବାକାଳୀନ ମୂଲ୍ୟବାନ ଅବଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କର ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ସୁଖମୟ ଅବସର ଜୀବନ କାମନା କରିଥିଲେ।

ଏଥିସହ ସେ ଅବସରଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସାଇବର ଠକେଇ ଓ ଅନଲାଇନ୍ ଆର୍ଥିକ ଠକେଇ ପ୍ରତି ସତର୍କ ରହିବା ସହିତ ଅନଲାଇନ୍‌ରେ ବ୍ୟକ୍ତିଗତ ତଥା ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ସୂଚନା ଆଦାନ-ପ୍ରଦାନ ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେଶଙ୍କ ମାର୍ଗଦର୍ଶନରେ ସମସ୍ତ କଲ୍ୟାଣ ନିରୀକ୍ଷକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମନ୍ୱୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *