November 21, 2026
Home » ପଏଁରୀ ଅନୁଷ୍ଠାନ ପକ୍ଷରୁ “ଡାଲଖାଇ” ଲୋକନୃତ୍ୟ କର୍ମଶାଳା ଅନୁଷ୍ଠିତ

ପଏଁରୀ ଅନୁଷ୍ଠାନ ପକ୍ଷରୁ “ଡାଲଖାଇ” ଲୋକନୃତ୍ୟ କର୍ମଶାଳା ଅନୁଷ୍ଠିତ

0
WhatsApp Image 2026-11-19 at 4.59.21 PM

 

ସୁବର୍ଣ୍ଣପୁର:-ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସଂସ୍କୃତିର ଅନନ୍ୟ ପରିଚୟ ଡାଲଖାଇ ଲୋକନୃତ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସୋନପୁରସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଏଁରୀ ଅନୁଷ୍ଠାନ ପକ୍ଷରୁ ଏକ ଡାଲଖାଇ ଲୋକନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସ୍କୁଲର ବରିଷ୍ଠ ଶିକ୍ଷକ ବନମାଳୀ ପଧାନଙ୍କ ସଭାପତିତ୍ୱରେ ଏବଂ ଲୋକକଳା ଗବେଷକ ତଥା ନୃତ୍ୟ ନିର୍ଦ୍ଦେଶକ ଗୁରୁ ଚୌଧୁରୀ ବିଭାରଙ୍କ ନିର୍ଦ୍ଦେଶନାରେ କର୍ମଶାଳାରେ ଛାତ୍ରୀମାନଙ୍କୁ ଡାଲଖାଇ ନୃତ୍ୟର ଐତିହ୍ୟ, ପରମ୍ପରା, ନୃତ୍ୟଶୈଳୀ, ତାଳ, ଲୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ସମ୍ପର୍କରେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଇଥିଲା। ଲୋକନୃତ୍ୟ ମାଧ୍ୟମରେ ନିଜ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା।ପ୍ରଶିକ୍ଷିକା ଶ୍ରୀମତୀ କଲ୍ୟାଣୀ ପଧାନ ଏବଂ ବାଦ୍ୟ ଶିଳ୍ପୀ ରାଘବ ସୁନାଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ନୃତ୍ୟର ବିଭିନ୍ନ କୌଶଳ ଶିକ୍ଷା ଦିଆଯିବା ସହିତ ଲୋକକଳା ପ୍ରତି ଆଗ୍ରହ ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପଏଁରୀ ଅନୁଷ୍ଠାନ ର ଏଭଳି ଉଦ୍ୟମକୁ କଳାପ୍ରେମୀ ଓ ସଂସ୍କୃତିପ୍ରେମୀ ମହଲରେ ପ୍ରଶଂସା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଗୌରବମୟ ଡାଲଖାଇ ଲୋକନୃତ୍ୟର ପରମ୍ପରା ଆହୁରି ସମୃଦ୍ଧ ହେବ ବୋଲି ଆଶା ପ୍ରକାଶ ପାଇଛି। ସ୍କୁଲ ର ଶିକ୍ଷକ ଚିତ୍ରସେନ କଲତା ଢେଲ ବଜାଇ ଛାତ୍ରୀ ମାନଂକୁ ଉତ୍ସାହିତ କରିଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l ଶେଷରେ ଗିରିଶ ଚନ୍ଦ୍ର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *