ଗୋମାତା ଙ୍କୁ ସୁରକ୍ଷା ଓ ସମ୍ମାନ ପାଇଁ ଦସ୍ତଖତ ଅଭିଯାନ l
ସୁବର୍ଣ୍ଣପୁର: ସର୍ବ ଭାରତୀୟ ସ୍ତରରେ ଗୋ-ମାତା ଙ୍କୁ ସେବା , ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର 5100 ତହସିଲ ରେ ଆଜି ଦସ୍ତଖତ ଅଭିଯାନ ଚାଲୁ ରହି ମହାମହିମ ରାଷ୍ଟ୍ରପତି୍, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ହରଭଙ୍ଗl ତହସିଲଦାର ଙ୍କ ଜରିଆରେ ପ୍ରଦାନ କରାଯାଇଛି l ତହସିଲଦାର ଶ୍ରୀ ବଳଦେବ ବେହେରା ଙ୍କ ଉପସ୍ଥିତି ରେ ତ୍ରିଲୋଚନ ଦାସ ବାବା, ଟାକରା,ଖଦାଳ ବାନପ୍ରସ୍ଥି , ଛତ୍ରଙ୍ଗ ଓ ଧୂଳିଆ ବାବା, ରାମ୍ଭିକଟା ର ସହ, କୋକୋ ଭାଇ, ବବୁଲ ଭାଇ, ରବି ଭାଇ, ରାଜୁ ଭାଇ ଙ୍କ ସହ ମିଶି ଦାବିପତ୍ର ପ୍ରଦାନ କରିଥିଲେ lପ୍ରମୁଖ ଦାବି ଗୁଡ଼ିକ ହେଲା,ଗୋ- ମାତା ଙ୍କୁ ସେବା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଗୋମାତା ଙ୍କ ଅନୁସନ୍ଧାନ ମୂଳକ ଗବେଷଣା କେନ୍ଦ୍ର କରା ଯିବା ସଙ୍ଗେ ସଙ୍ଗେ , ସେହି ଅନୁସାରେ ଅନୁଦାନ ର ବ୍ୟବସ୍ଥା ରଖାଯିବା,ଗୋ- ମାତା ଙ୍କୁ ସୁରକ୍ଷା ଦୃଷ୍ଟିରୁ ସଂପୂର୍ଣ୍ଣ ଭାରତ ରେ ଗୋହତ୍ୟା ବନ୍ଦ ହେଉ ଓ ଗୋହତ୍ୟାକlରୀ ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ କରାଯାଉ lଗୋମାତା ଙ୍କୁ ସୁରକ୍ଷା ଦିଆଗଲେ, ଗୋବର, ଗୋମୁତ୍ର, ଜୈବିକ ସାର ଓ କୀଟନାଶକ ମାଟି କୁ ଉର୍ବର କରିବା ସାଙ୍ଗେ ସାଙ୍ଗେ ଜୈବିକ କୃଷି କୁ ପ୍ରୋତ୍ସାହନ ଦେଇଥାଏ l
ସ୍ୱାସ୍ଥ୍ୟ ର ସୁରକ୍ଷା, ସଂସ୍କୃତି ସମ୍ମାନ ଦେବା ସଙ୍ଗେ ସଙ୍ଗେ ଅର୍ଥନୀତି ର ସୁଧୃଢ଼ତା ସୃଷ୍ଟି କରିଥାଏ lଗୋମାତା ଙ୍କୁ ସମ୍ମାନ ଦୃଷ୍ଟିରୁ,ଗୋ- ମାତା ଙ୍କୁ ରାଷ୍ଟ୍ରମାତା ରୂପେ ଘୋଷଣା କରା ଯାଉ ବୋଲି ସେମାନେ ଦାବି କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
