ଗ୍ରାମ୍ୟ ସମ୍ବଳ କର୍ମୀ ଙ୍କ ଏକ ଦିବାସୀୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ପଂଚାୟତ ସମିତି ସୋନପୁର ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା ଉତ୍ତରଦାୟିତ୍ୱ, ସ୍ୱଚ୍ଛତା ସମିତି ଭୁବନେଶ୍ୱର ତରଫରୁ ସାମାଜିକ ସମୀକ୍ଷା ରେ ନିୟୋଜିତ ଗ୍ରାମ ସମ୍ବଳ କର୍ମୀ ଙ୍କ ଏକାଦିବସୀୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ତାଲିମଦାତା ଭାବରେ ଜି ପି ଡି ଓ ନନ୍ଦ କିଶୋର ରାଉତ, ଗୋଷ୍ଟୀ ସାମାଜିକ ସୁରକ୍ଷା ଅଧିକାରୀ ଅମରଜିତ ସାହୁ,ଜିଲ୍ଲା ସାମାଜିକ ସମୀକ୍ଷକ ହୃଷିକେଶ ମହାକୁର,ଏମ ଆଇ ପ୍ରତ୍ୟାଶା ମିଶ୍ର, ନରେଗା ସହାୟକ ସରିତ କୁମାର ସାହୁ,ବି ଏସ ଏ ସୁଦାମ ଗାଈଗରିଆ ଯୋଗ ଦେଇଥିଲେ l ଏଥିରେ ମୋଟ ପନ୍ଦର ଜଣ ଭି ଆର ପି ଯୋଗ ଦେଇଥିଲେ lକାର୍ଯ୍ୟକ୍ରମ କୁ ବି ଏଲ ସି ପ୍ରିତମ ପାଣିଗ୍ରାହୀ ପରିଚାଳନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
