June 8, 2026
Home » ଉତ୍କଳ ସାମ୍ବାଦିକ ସଂଘ ଗଣିଆ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘ ଗଣିଆ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0
WhatsApp Image 2026-04-29 at 11.55.28 AM

 

ଗଣିଆ:  ରାଜ୍ୟର ସାମ୍ବାଦିକ ମାନଙ୍କ ସୁରକ୍ଷା ଏବଂ ଆର୍ଥିକ ସୁବିଧା ପ୍ରଦାନ ସମ୍ପର୍କରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନିର୍ଦ୍ଦେଶରେ ପ୍ରତି ବ୍ଳକରେ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ‌। ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘର ଗଣିଆ ଶାଖା ସଭାପତି ଦେବୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ କାର୍ଯ୍ୟରତ ସାମ୍ବାଦିକ ମାନେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଡ଼ିଓଙ୍କ ଅନୁପସ୍ଥିତିରେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ପୂରଣ ନହେବାରୁ ସମସ୍ତ ସାମ୍ବାଦିକ ଏକାଠି ହୋଇଥିବା ବ୍ଳକ ସଭାପତି ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସରୋଜ କୁମାର ଦାଶ, ଚିତ୍ତରଞ୍ଜନ ମିଶ୍ର,ଜ୍ଞାନିପ୍ରକାଶ ସେନାପତି,ବ୍ରଜ କିଶୋର ସାହୁ,ସୁବ୍ରତ କୁମାର ରାଉତ,ଆନନ୍ଦ ଚନ୍ଦ୍ର ବେହେରା, ବାବୁଲାଲ ମିଶ୍ର, ରମେଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରଜକିଶୋର ସାହୁ, ଗଣିଆ ନୟାଗଡ

Leave a Reply

Your email address will not be published. Required fields are marked *