July 15, 2026
Home » ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର l

ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତି ନିମନ୍ତେ କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ପ୍ରଶିକ୍ଷଣ ଶିବିର l

0
WhatsApp Image 2026-07-15 at 5.26.39 PM

 

ସୁବର୍ଣ୍ଣପୁର—ଜନଗଣନା ୨୦୨୭ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଜନଗଣନା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡ଼. ଅଭୟ ନାରାୟଣ ନାୟକ, ଜିଲ୍ଲା ସଂଯୋଜକ ଶିଭମ ଯୟଶ୍ୱାଳ ଓ ଅନ୍ୟାନ୍ୟ ସମ୍ବଳ ବ୍ୟକ୍ତିତ୍ୱମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଭିନ୍ନ ତହସିଲରୁ ଆସିଥିବା ତହସିଲଦାର, ରାଜସ୍ୱ ନିରୀକ୍ଷକ (ଆର୍‌ଆଇ), ରାଜସ୍ୱ ପର୍ଯ୍ୟବେକ୍ଷକ, ଅତିରିକ୍ତ ତହସିଲଦାର, ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ଅମିନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରପ୍ରାପ୍ତ ଜନଗଣନା ଅଧିକାରୀ ଶ୍ରୀ ସତ୍ୟବ୍ରତ ସାହୁ ଏହି ପ୍ରଶିକ୍ଷଣ ଶିବିରକୁ ସଂଯୋଜନା କରିଥିଲେ।
ଜନଗଣନା-୨୦୨୭କୁ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ଓ ଏହାର ବ୍ୟବହାରର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ମୋଟ ୧୨୦ ଜଣ ଅଂଶଗ୍ରହଣ କରିଥିଲେ ।
ଆସନ୍ତା ୧୬ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜିଲ୍ଲାବ୍ୟାପୀ ସର୍ଭେକୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ଭେ ସମୟରେ ପ୍ରତ୍ୟେକ ଗ୍ରାମ, ବସ୍ତି ଏବଂ ସହରାଞ୍ଚଳର ସାମାଜିକ, ଆର୍ଥିକ ଓ ଜୀବନଶୈଳୀ ସମ୍ବନ୍ଧୀୟ ସୂଚନା, ପାନୀୟ ଜଳ ସଂଯୋଗ ଏବଂ ସେହି ଅଞ୍ଚଳରେ ଉପଲବ୍ଧ ଓ ଅନୁପଲବ୍ଧ ବିଭିନ୍ନ ମୌଳିକ ସୁବିଧା ସମ୍ପର୍କିତ ତଥ୍ୟ କିପରି ସଂଗ୍ରହ କରାଯିବ, ସେ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା।
ଜନଗଣନା ହ୍ୟାଣ୍ଡବୁକ୍ କ’ଣ ?
ଏହା ହେଉଛି ଏକ ପ୍ରାମାଣିକ ଦଲିଲ; ଯେଉଁଥିରେ ଜିଲ୍ଲାର ପ୍ରଶାସନିକ ବିବରଣୀ, ଗ୍ରାମ ଓ ସହରର ତାଲିକା, ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ, ସାକ୍ଷରତା, କାର୍ଯ୍ୟ ନିୟୋଜନ, ମୌଳିକ ସୁବିଧା ଓ ଅନ୍ୟାନ୍ୟ ପରିସଂଖ୍ୟାନ ରହିଥାଏ। ଏହି ହ୍ୟାଣ୍ଡବୁକ୍ ପ୍ରଶାସନ, ଯୋଜନା ପ୍ରସ୍ତୁତି, ଗବେଷଣା ଓ ନୀତି ନିର୍ଦ୍ଧାରଣ ପାଇଁ ଅତ୍ୟନ୍ତ ଉପଯୋଗୀ। ଜନଗଣନା ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀଙ୍କୁ ହ୍ୟାଣ୍ଡବୁକ୍ ପ୍ରସ୍ତୁତିର ପଦ୍ଧତି, ତଥ୍ୟ ସଂଗ୍ରହ, ପ୍ରଶାସନିକ ସୀମା, କୋଡିଂ ପ୍ରଣାଳୀ, ତଥ୍ୟ ଯାଞ୍ଚ ଏବଂ ଡିଜିଟାଲ୍ ତଥ୍ୟ ପରିଚାଳନା ସମ୍ବନ୍ଧରେ ସଠିକ୍ ଜ୍ଞାନ ପ୍ରଦାନ କରିବା ପାଇଁ ଏବେ ପ୍ରଶିକ୍ଷଣ ଦିଆଯାଉଛି। ଜନଗଣନା-୨୦୨୭ରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ଡିଜିଟାଲ୍ ତଥ୍ୟ ସଂଗ୍ରହ ଏବଂ ଅନଲାଇନ୍ ପରିଚାଳନା ପ୍ରଣାଳୀର ଗୁରୁତ୍ବ ବଢ଼ିଛି । ତେଣୁ ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀମାନେ ସହଜରେ ତଥା ନିର୍ଭୁଲ ଭାବେ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରିପାରିବେ ।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *