July 17, 2026
Home » ଧର୍ମଗଡ଼ରେ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

ଧର୍ମଗଡ଼ରେ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

0
WhatsApp Image 2026-07-17 at 11.23.58 AM

 

ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ପଣ୍ଡିତ ପ୍ରଭାକର ନନ୍ଦ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ରଥ ପ୍ରତିଷ୍ଠା ପରେ ଶ୍ରୀ ଜୀଉଙ୍କୁ ପହଣ୍ଡି ରେ ରଥାରୁଢ଼ କରାଯାଇଥିଲା।ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଛେରା ପହରା କାର୍ଯ୍ୟ ତୁଲାଇଥିଲେ।

ମନ୍ଦିର ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ,ସହ ଜିଲ୍ଲପାଳ ଶ୍ରୀକାନ୍ତ ଶତପଥୀ,ନଗରପାଲ ଅଶୋକ କୁମାର ମହାନ୍ତି,ଟ୍ରଷ୍ଟ ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ,ସଂପାଦକ ନିରଞ୍ଜନ ମହାପାତ୍ର, ସହ ସମ୍ପାଦକ ହୃଷିକେଶ ମିଶ୍ର,କୋଷାଧ୍ୟକ୍ଷ ସରୋଜ ସାହୁ,ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ,ସୁରେନ୍ଦ୍ର ମୁନି,ଜନ୍ମେଜୟ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, କମଲୁ ଅଗ୍ରୱାଲ, କଦମ୍ବ ନାଏକ, ସୁଶ୍ରୀ ହୀରା ବାଗ, ଶିବ ମାଝୀ, କୁମୁଦ ଚନ୍ଦ୍ର ସାହୁ, ବ୍ରଜେଶ ପଣ୍ତା ସମେତ ଲକ୍ଷ୍ମୀକାନ୍ତ ଖମାରୀ,ବିରଞ୍ଚି ନାରାୟଣ ଜାଲ,ହିମାଂଶୁ ପଣ୍ତା, କ୍ଷିରୋଦ ବାଗ,ଲଳିତ ଅଗ୍ରୱାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥଲେ।ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ…..

Leave a Reply

Your email address will not be published. Required fields are marked *