ଡ଼ମ୍ବରୁଗଡ଼ ମଠର ଇଷ୍ଟଦେବୀ ମା ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ପ୍ଲିନ୍ଥ କାର୍ଯ୍ୟରେ କରସେବା କଲେ ପୋଢଖାଳ ଗ୍ରାମବାସୀ l
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ଡମ୍ବରୁଗଡ଼ ପାହାଡ଼ ପାଦଦେଶରେ କାହିଁ ଆବାହନ କାଳରୁ ଐତିହାସିକ ଓ ଆଧ୍ୟାତ୍ମିକ ପୀଠ ଭାବରେ ସାରା ଓଡିଶାରେ ପରିଚିତ ସିଦ୍ଧ ତପୋ ସେବାବନ ଡମ୍ବରୁଗଡ଼ ବାବା ମଠ l ଏକଦା ଏହି ସ୍ଥାନଟି ବୌଦ୍ଧ ଧର୍ମର ପ୍ରଚାର କେନ୍ଦ୍ର ଥିବା କିମ୍ବଦନ୍ତୀ ଓ ଭୌଗୋଳିକ ଦୃଷ୍ଟି କୋଣରୁ ଅନୁମାନ କରାଯାଏ l ଶ୍ରୀ ଜଗନ୍ନାଥ କିଛି ଦିନ ଏଠାରେ ପାତାଳି ହୋଇଥିବାର ବି ଅନୁମାନ କରାଯାଏ l କିନ୍ତୁ ବିଗତ ଦିନରେ ଏକଦା ମଠଟି ଶ୍ରୀହୀନ ହୋଇ ପଡିରହିଥିଲା l ଏହି ଖବର ପାଇ ପଶ୍ଚିମ ଓଡିଶାର ବିଶିଷ୍ଟ ସାଧୁ ତ୍ୟାଗୀ ଗିରିବର ଦାସ ସାତ ଦିନ ସାଧନା କଲାପରେ 1997 ମସିହାରେ ଏକ ନଅ ଦିନ ବ୍ୟାପି ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କଲାପରେ ସେ ଦିନଠୁ ଏହି ସ୍ଥାନ ଚଳଚଞ୍ଚଳ ହୋଇ ଉଠିଲା l ଡମ୍ବରୁଗଡ଼ ଲଣ୍ଡା ପାହାଡ଼ ଟି ସବୁଜିମାରେ ପରିପୂର୍ଣ୍ଣ ହୋଇ ଏକ ଶାନ୍ତ ମନୋରମ ସ୍ଥାନରେ ପରିଣତ ହୋଇଗଲା l ଏ ଅଞ୍ଚଳର ମଣିଷ ରୁ ମାନବ ତିଆରି କାରଖାନାରେ ପ୍ରତିଷ୍ଠା ଲାଭ କଲା l ବହୁ ଦିନ ପରେ ସରକାରଙ୍କ ଦୃଷ୍ଟି ପଡିଲା ଏହି ସ୍ଥାନ ଉପରେ l ସରକାରୀ ଅନୁଦାନରେ ଇକୋ ଟ୍ୟୁ୍ରିଜିମ, ପାର୍କ, ରାସ୍ତା, ଅତିଥି ଭବନ, ଇତ୍ୟାଦି l ଏଠାରେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ ଅହରାତ୍ର ଅଖଣ୍ଡ ମହାମନ୍ତ୍ରରେ ଗୁଞ୍ଜରିତ ହେଉଛି l କିନ୍ତୁ ସିଦ୍ଧ ସାଧୁଙ୍କ ଅନେକ ସ୍ବପ୍ନ ଆଧାରେ ରହିଯାଇଥିଲା l ତାଙ୍କ ସପ୍ନକୁ ସାକାର କରିବା ପାଇଁ ଅଂଚଳବାସୀଙ୍କ ସହଯୋଗ ଓ ବର୍ତ୍ତମାନର ମହନ୍ତ ସର୍ବେଶ୍ୱର ଦାସଙ୍କ ପ୍ରଚେଷ୍ଟାରେ ମଠର ଇଷ୍ଟଦେବୀ ମା ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ଆରମ୍ଭ ହୋଇ ଆଜି ପୋଢ଼ଖାଲ ଗ୍ରାମବାସୀଙ୍କ କରସେବାରେ ପ୍ଳିନ୍ଥ କାର୍ଯ୍ୟ ସମ୍ପାଦନ ହୋଇଛି l ଏହି ମନ୍ଦିର ସମ୍ପୂର୍ଣ୍ଣ ହେବାକୁ ଏକ କୋଟିରୁ ଅଧିକ ଅର୍ଥ ଦରକାର ବୋଲି ମଠ ପରିଚାଳନା କମିଟି ଆକଳନ କରିଛି l ଏଣୁ ଉକ୍ତ ଧର୍ମ କାର୍ଯ୍ୟରେ କିଛି କିଛି ଦାନ କରି ମାଙ୍କ କୃପାଲାଭ ନିମନ୍ତେ ଜନସାଧାରଣ ଅନୁରୋଧ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
