November 7, 2026
Home » ତ୍ୱରିତ କ୍ଷୟକ୍ଷତି ଆକଳନ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ତ୍ୱରିତ କ୍ଷୟକ୍ଷତି ଆକଳନ ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

0
WhatsApp Image 2026-11-07 at 1.09.07 PM

 

ଛତ୍ରପୁର,: ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ପରବର୍ତ୍ତୀ ପଦକ୍ଷେପ ନେଇ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଓସ୍ୱାନ୍ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସିକା, ସୋରଡ଼ା, ଧରାକୋଟ, ଭଞ୍ଜନଗର ଓ ପୁରୁଷୋତ୍ତମପୁର ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ଅର୍ଥ ସହାୟତା ବଣ୍ଟନ ଆସନ୍ତାକାଲିଠାରୁ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପ୍ରଭାବିତ ୯ଟି ବ୍ଲକରେ ଚାଉଳ ବଣ୍ଟନକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା।ଘର ନିର୍ମାଣ ସହାୟତା, ବସ୍ତ୍ର ଓ ବାସନକୁସନ ବଣ୍ଟନ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। କ୍ଷୟକ୍ଷତି ଆକଳନ ପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ କାର୍ଯ୍ୟକ୍ଷମ କରି ଆକଳନ ଆରମ୍ଭ କରିବା ସହ ତହସିଲଦାରମାନେ ଗୁଗୁଲ୍ ସିଟ୍‌ରେ ନିୟମିତ ତଥ୍ୟ ଦେବା ଏବଂ ତାହାର ସଠିକତା ଯାଞ୍ଚ କରିବାକୁ ଜିଲ୍ଲାପାଳ କହିଥିଲେ। ନବରତ୍ନପୁର ଗ୍ରାମର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତାଘାଟ ଓ ଭିତ୍ତିଭୂମିର ସ୍ଥାୟୀ ପୁନରୁଦ୍ଧାର ପାଇଁ ଆସନ୍ତା ୧୦ ତାରିଖ ସୁଦ୍ଧା ଆବଶ୍ୟକ ଆକଳନ ଓ ଅଟକଳ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କଳିଙ୍ଗା ଘାଟି ରାସ୍ତାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ସମୀକ୍ଷା କରାଯାଇଥିଲା।

ବନ୍ୟା ପରବର୍ତ୍ତୀ ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତରେ ବ୍ୟାପକ ସଫେଇ ଅଭିଯାନ କରିବା ସହ ବିଶେଷକରି ବିଦ୍ୟାଳୟ ପରିସରକୁ ସଫାସୁତରା କରିବା ଉପରେ ଗୁରୁତ୍ୱାରୋପ । ପାନୀୟ ଜଳର ଉପଯୁକ୍ତ ବିଶୋଧନ, ନିୟମିତ ଜଳ ନମୁନା ପରୀକ୍ଷା ଓ ପ୍ରତିଷେଧକ ସ୍ୱାସ୍ଥ୍ୟ ଯାଞ୍ଚ ଉପରେ ଗୁରୁତ୍ୱ ଦେବା ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ଗୁଡ଼ିକୁ ମିଶନ୍ ମୋଡ୍‌ରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନେ ବିଦ୍ୟାଳୟଗୁଡ଼ିକର ସୁରକ୍ଷା ଯାଞ୍ଚ କରି ପ୍ରମାଣପତ୍ର ପ୍ରଦାନ କରିବେ। ସୁରକ୍ଷିତ ବିଦ୍ୟାଳୟଗୁଡ଼ିକୁ ଆସନ୍ତା ସୋମବାରଠାରୁ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କ୍ଷେତ୍ରରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

 

sujit pattanayak nka report

Leave a Reply

Your email address will not be published. Required fields are marked *