October 1, 2026
Home » ଦୀର୍ଘ ଏକ ମାସ ପରେ ଜିଲ୍ଲାପାଳ ନିଯୁକ୍ତି

ଦୀର୍ଘ ଏକ ମାସ ପରେ ଜିଲ୍ଲାପାଳ ନିଯୁକ୍ତି

0
WhatsApp Image 2026-10-01 at 12.16.17 PM

ଦେବାଶିଷ ସିଂହ ( ଆଇ ଏ ଏସ )ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ଆଇ ଏ ଏସ ଦେବାଶିଷ ସିଂହ ଙ୍କୁ ନିଯୁକ୍ତି ଦିଆଯାଇଛି l ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ସଚିବ ଥିବା ଶ୍ରୀ ସିଂହ ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି l ପ୍ରକାଶ ଥାଉକି, ଡ. ନୃପରାଜ ସାହୁ ଙ୍କ ଅବସର ପରେ ଦୀର୍ଘ ଏକ ମାସ ହେବ ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା l

ଫଳରେ ସୁବର୍ଣ୍ଣପୁର ଜିଲ୍ଲା ର ଅନେକ ଉନ୍ନତିମୂଳକ କାର୍ଯ୍ୟ ଅଟକି ରହିଥିଲା l ନୂତନ ଜିଲ୍ଲାପାଳ ଙ୍କ ନିଯୁକ୍ତି ପରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ବେଶ ଆଶାୟୀ ହୋଇପଡିଛନ୍ତି l ପୂର୍ବତନ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କ ଭଳି ଶ୍ରୀ ସିଂହ ଜିଲ୍ଲା ର ଲୋକ ଙ୍କୁ ସହାୟତା ଯୋଗାଇବେ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *