ଧର୍ମଗଡରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ।
ଧର୍ମଗଡ:ଧର୍ମଗଡ ତହସିଲ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଏହାର ଶୁଭ ଉଦଘାଟନ କରିଥିଲେ।ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଲୋକସଭା ସାଂସଦ ପ୍ରତିନିଧି ଲକ୍ଷ୍ମୀକାନ୍ତ ବାଗ, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ବିଡିଓ ସଦାଶିବ ନାୟକ, ଏନଏସି ଇଓ ବିଶ୍ୱମ୍ବର ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ କୁମାର ନାଏକ, ଛୀଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ବ୍ରାହ୍ମଣଛେଣ୍ଡିଆ ସମିତି ସଭ୍ୟା ଇନ୍ଦୁମତୀ ମାଝୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ଏହି ଅବସରରେ ବସୁନ୍ଧରା ଯୋଜନା ଅଧୀନରେ ୯ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅତିରିକ୍ତ ତହସିଲଦାର ସମ୍ପଦ ମାଝୀ, ସେକସନ ଅଫିସର ରାମ ବିହାରୀ ମହାନନ୍ଦ, ରାଜସ୍ବ ପରିଦର୍ଶକ ଚତୁର୍ଭୁଜ ନାଏକ ଧର୍ମଗଡ ଗ୍ରାମାଞ୍ଚଳ ରାଜସ୍ବ ନିରୀକ୍ଷକ ରଞ୍ଜିତା ପ୍ରଧାନ,ଧର୍ମଗଡ ରାଜସ୍ବ ନିରୀକ୍ଷକ ଆଶିଷ ନାଏକ, ବୋଡେ଼ନ ରାଜସ୍ବ ନିରୀକ୍ଷକ ଆଶିଷ ସାମଲ, ଧଅଁରପୁର ରାଜସ୍ବ ନିରୀକ୍ଷକ ଅମରକାନ୍ତ ମଙ୍ଗରାଜ, କିର୍କାକାନି ରାଜସ୍ବ ନିରୀକ୍ଷକ ସନ୍ତୋଷ ପଣ୍ଡା, ବରିଷ୍ଠ କିରାଣୀ ମୋତିଲାଲ ସାହୁ, ଉପେନ୍ଦ୍ର ନାଏକ, ପ୍ରଣବ ଶବର, ଚନ୍ଦ୍ରକାନ୍ତ ଦୁରିଆ, ପ୍ରିୟଙ୍କା ମହାନ୍ତି ସମେତ ସମସ୍ତ ତହସିଲ କର୍ମଚାରୀ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
