ଶ୍ରମିକ ଦିବସରେ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସାମ୍ୱାଦିକ ସଂଘ ଓୟୁଜେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ !
ଛତ୍ରପୁର:ଓଡିଶା ସାମ୍ବାଦିକ ୟୁନିଅନ ର ଡାକରା କ୍ରମେ ଗଞ୍ଜାମଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ତିନି ଦଫାଦାବୀ ନେଇ ଶ୍ରମିକ ଦିବସରେ ଅବସରରେ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ରାଜ ରାସ୍ତାରେ ସାମ୍ବାଦିକମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ବର୍ଷ ବର୍ଷ ଧରି ସାମ୍ବାଦିକମାନେ ନ୍ୟାର୍ଯ୍ୟ ଦାବୀ ପେନସନ, ପ୍ରୋଟେକସନ୍, ଏକ୍ରିଡେସନ୍ ଆଦି ଦାବୀ ଉପରେ ସ୍ବର ଉଠାଇ ପ୍ରତୀକ ଧାରଣାଦେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିଅନ ର ସଭାପତି ସଦାଶିବ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଧାରଣା ରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ସଦସ୍ୟ ହରିହର ପାତ୍ର, ରବୀନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ୟୁନିଅନ ର ଉପ-ସଭାପତି ରାଜ ଗୋପାଳ ପାଢ଼ୀ, ସମ୍ପାଦକ ମେଘନାଦ ଦାସ,ସନ୍ତୋଷ କୁମାର ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ମିଶ୍ର,ରାଜ୍ୟ ସାଂଗଠାନିକ ସମ୍ପାଦକ ଅଶୋକ କୁମାର ମହାକୁଡ଼, ଛତ୍ରପୁର ପ୍ରେସକ୍ଳବ ସମ୍ପାଦକ ଅଜିତ୍ ସ୍ବାଇଁ ପୂର୍ବତନ ସଭାପତି ରବୀନ୍ଦ୍ର ନାଥ ପଣ୍ଡା, ଛତ୍ରପୁର ପ୍ରେସ୍ କ୍ଲବ୍ ର ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ସମେତ ଜ଼ିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ବହୁ ସାମ୍ବାଦିକ ଉପସ୍ଥିତ ଥିଲେ l ସାମ୍ବାଦିକମାନଙ୍କୁ ପେନସନ, ସୁରକ୍ଷା ଏବଂ ଅଧିସ୍ୱୀକୃତି ପ୍ରଦାନ କରିବା ପାଇଁ ସରକାର କଥା ଦେଇ ସାମ୍ବାଦିକ ମାନଙ୍କୁ ପ୍ରତାରଣା କରିଥିବାରୁ ସରକାର ଙ୍କ ବିରୁଦ୍ଧରେ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଥିଲେ । ଯାହାକି ଯଥାଶୀଘ୍ର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାଵୀ ପୂରଣ ନ ହେଲେ ଆଗାମୀ ଦିନ ରେ ପଞ୍ଚାୟତସ୍ତରରୁ ଆନ୍ଦୋଳନ କରାଯିବା ସହ ଯେଉଁ ଲେଖା ଛିଡ଼େଇ ଦେବା ଶବ୍ଦ ପ୍ରଚାର ଗଞ୍ଜାମ ରୁ ଆରମ୍ଭ ହୋଇ ସରକାର ଆସିଥିଲେ ବର୍ତ୍ତମାନ ସେଇ ଲେଖା ଛିଡେଇ ଦେବା କୁ ସାମ୍ବାଦିକ ମାନେ ନିଶ୍ଚିତ କଲମ ଚାଳନା କରିବେ ବୋଲି ଚେତାବନୀ ଦେଇଛନ୍ତି । ଉପୋରୋକ୍ତ ତିନି ଦଫାଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ ନିଜେ ଧାରଣା ସ୍ଥଳକୁ ଆସି ଓୟୁଜେ ସଂଗଠନ ତରଫରୁ ଦିଆଯାଇଥିବା ସ୍ମାରକପତ୍ର ଟିକୁ ଗ୍ରହଣ କରିଥିଲେ ।।
chatrapur ru muna behera nka report
