ଧର୍ମଗଡ଼ ବିଧାୟକ ଙ୍କ କର କମଳରେ ବହୁମୁଖୀ ବ୍ୟାୟାମ ଶାଳା ର ଭୂମୀ ପୂଜନ ଉତ୍ସବ
ଧର୍ମଗଡ଼ କଳାହାଣ୍ଡି ଉତ୍ସବ ପଡ଼ିଆ ରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ବହୁମୁଖୀ ବ୍ୟାୟାମ ଶାଳା ର ଭୂମୀ ପୂଜନ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ଯୁବକ ମାନଙ୍କ ମାନେ ଏହି ବ୍ୟାୟାମ ଶାଳା ଦ୍ୱାରା ଉପକୃତ ହେବେ। ଉକ୍ତ ବ୍ୟାୟାମ ଶାଳା ରେ ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ।ବିଧାୟକ ଉନ୍ନୟନ ପାଣ୍ଠି ସମେତ ରାଜ୍ୟ ସରକାର ଙ୍କ ବିଭିନ୍ନ ସ୍କିମ ର ପାଣ୍ଠି ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇ ଏହି ବ୍ୟାୟାମ ଶାଳା ନିର୍ମିତ ହେବ ବୋଲି ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରକାଶ କରିଛନ୍ତି। ଆଜି ଆୟୋଜିତ ଭୁମି ପୂଜନ ଉତ୍ସବ ରେ ସମାଜସେବୀ ହୃଷିକେଶ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ପଧାନ, କନିଷ୍ଠ ଯନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରଧାନ, ସୂର୍ଯ୍ୟ ନାଥ, ରୋମାଞ୍ଚଳ ଭୋଇ ଓ ସ୍ଥାନୀୟ କ୍ରୀଡ଼ା ବିତ୍ ମାନେ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
