August 21, 2026
Home »  ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ତିଳକ ଲଗାଇ ସାଲ୍ୟୁଟ ଜଣାଇଲା ବରଗଡ଼ ମହିଳା ସମିତି

 ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ତିଳକ ଲଗାଇ ସାଲ୍ୟୁଟ ଜଣାଇଲା ବରଗଡ଼ ମହିଳା ସମିତି

0
WhatsApp Image 2026-05-04 at 3.21.22 PM

ଅଗ୍ନିଶମ ଯବାନଙ୍କ ସେବା, ତ୍ୟାଗ ଓ ସମର୍ପଣ ଅତୁଳନୀୟ

ବରଗଡ଼:- ଦମକଳ ବାହିନୀ ଉଭୟ ନିଆଁ ଲିଭାଇବା ଏବଂ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟରେ ଏକ ଅତ୍ୟାବଶ୍ୟକ ସେବା ଭାବେ କାର୍ଯ୍ୟ କରୁଛି। ଅଗ୍ନିଶମ କର୍ମଚାରୀଙ୍କ ସାହସ, ଆତ୍ମ-ତ୍ୟାଗ ଏବଂ ଉତ୍ସର୍ଗକୁ ସମ୍ମାନ ଜଣାଇ ଆଜି ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସରେ ସେମାନଙ୍କ କର୍ତ୍ତବ୍ୟ, ପ୍ରତିବଦ୍ଧତା ଏବଂ ସମାଜରେ ହିରୋ ଭାବରେ ସେମାନଙ୍କର ଭୂମିକାକୁ ବରଗଡ଼ ମହିଳା ସମିତି ସେଲ୍ୟୁଟ ଜଣାଇଛି। ସମିତିର ସଦସ୍ୟଗଣ ବରଗଡ଼ ଅଗ୍ନିଶମ କେନ୍ଦ୍ରର ଯବାନ ମାନଙ୍କୁ ତିଳକ ଲଗାଇ, ଧୂପ ଦୀପ ଚାଉଳରେ ବନ୍ଦନା କରି ତଥା ଫୁଲତୋଡାଦେଇ ଓ ମିଷ୍ଟାନ୍ନ ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଜୀବନକୁ ବିପଦରେ ପକାଇବା, ବନ୍ଧୁତା ଏବଂ ସାର୍ବଜନୀନ ସେବାର ମହାନ ପ୍ରୟାସ କରିଆସିଥିବା ଅଗ୍ନିଶମ ଯବାନ ମାନଙ୍କ ତ୍ୟାଗ ଓ ସମର୍ପଣ ସେବାଭାବକୁ ସମିତି ପକ୍ଷରୁ ସଭାନେତ୍ରୀ ମନ୍ଦାକିନୀ ପତି ଭୂୟସୀ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ। ବରିଷ୍ଠ ସଦସ୍ୟା ମମତା ମିଶ୍ର ବରଗଡରେ ୧୯୭୦ ମସିହାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେବା ପଛରେ ସ୍ବର୍ଗତ ଜନସାଥି ଲେଙ୍ଗୁ ମିଶ୍ରଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ସେ ସମୟରେ ଅଗ୍ନିକାଣ୍ଡ ଘଟିଲେ ସମ୍ବଲପୁର ଦମକଳ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଦମକଳ ଗାଡ଼ି ଆସିଲା ବେଳକୁ ସବୁକିଛି ପୋଡ଼ି ଶେଷ ହୋଇ ଯାଉଥିଲା। ଏଭଳି ଏକ ଅଗ୍ନିକାଣ୍ଡ ବରଗଡ଼ ହାଟପଦାରେ ଷାଠିଏ ଦଶକର ଶେଷ ଭାଗରେ ଘଟିଥିଲା। ସମ୍ବଲପୁରରୁ ଦମକଳ ଆସି ଫେରିଯିବା ବେଳେ ବରଗଡରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ଦାବିରେ ଗାଡି ସାମନାରେ ଲେଙ୍ଗୁବାବୁ ଶୋଇ ପଡ଼ି ଦମକଳକୁ ଯିବାକୁ ଦେଇନଥିଲେ। ଏହି ଘଟଣା ଆନ୍ଦୋଳନ ପରେ ସରକାର ବରଗଡରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ନିଷ୍ପତ୍ତି ନେଇ ଏକ ଉପକେନ୍ଦ୍ର ପ୍ରତିଷ୍ଠା କରିଥିଲେ ବୋଲି ସୂଚନା ଦେଇଥିଲେ।
ଫାୟାର ଫାଇଟରଙ୍କ ପରିବାରର ବଳିଦାନକୁ ସମାଜ ପାଇଁ ଅତ୍ୟାବଶ୍ୟକୀୟ, ନିସ୍ୱାର୍ଥପର ସେବା ଭାବରେ ମଧ୍ୟ ମହିଳା ସମିତି ପ୍ରଶଂସା କରି ସମ୍ମାନ ଜଣାଇଥିଲା।

ସମ୍ବର୍ଦ୍ଧନାର ଉତ୍ତରରେ ଅଗ୍ନିଶମ କେନ୍ଦ୍ର ତରଫରୁ ଫାୟାର ଫାଇଟର ସୁନୀଲ ବେହେରା କହିଥିଲେ ଯେ, ଆପାତ କାଳୀନ ସୂଚନା ପାଇବା ମାତ୍ରେ ଆମକୁ ଯାତ୍ରା ଆରମ୍ଭ କରିବାକୁ ଗୋଟିଏ ମିନିଟ୍ ସମୟ ଲାଗିଥାଏ। ମାତ୍ର ଲୋକଙ୍କ ସଚେତନତା ଅଭାବରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ବେଳେ ବେଳେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ବିଳମ୍ବିତ ହୋଇଥାଏ। ଏ ଦିଗରେ ଲୋକେ ସଚେତନ ହୋଇ ଦମକଳ ଗାଡ଼ିକୁ ଅବାଧରେ ଯିବାକୁ ଦେବାପାଇଁ ଏବଂ ଆପାତ କାଳୀନ ପରିସ୍ଥିତିରେ ଫୋନ୍ ନମ୍ବର ୧୧୨ ରେ ସମ୍ପର୍କ କରିବାକୁ କହି ମହିଳା ସମିତିର ଏଭଳି ଭାତୃତ୍ୱ ପୂର୍ଣ୍ଣ ଶ୍ରଦ୍ଧା ଓ ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କେନ୍ଦ୍ର ଅଧିକାରୀ ରାମ କୁଜୁର, ଫାୟାର ଫାଇଟର ଅମରେଶ ପଢାନ, ମୋତିଲାଲ ଦାଶ, ବସିଷ୍ଟ ଦଣ୍ଡସେନା ପ୍ରମୁଖ ଅଗ୍ନିଶମ କର୍ମଚାରୀଙ୍କ ଆପାତକାଳୀନ ସେବା ସମୟରେ ଜନ ସହଯୋଗର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ। ମହିଳା ସମିତିର ସମ୍ପାଦିକା ରିନୁ ପତି, କୋଷାଧ୍ୟକ୍ଷା ତନୀମା ଦାଶ, ସଦସ୍ୟା ଅଞ୍ଜନା ଦାସ, ସୁଧାଂଶୁବାଳା ଦାଶ, ସରିତା ଦାଶ, ସବିତା ଗୁରୁ, ଦିବ୍ୟକାନ୍ତୀ ଭୋଇ, ମୀନା ପଣ୍ଡା, ବୀଣାପାଣି ଦାଶ, ମଞ୍ଜୁ ପ୍ରଧାନ ପ୍ରମୁଖ ଏହି ସମ୍ବର୍ଦ୍ଧନା ସମାରୋହରେ ସାମିଲ ହୋଇଥିଲେ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed