November 26, 2026
Home » ଧର୍ମଗଡ଼ ସିଭିଲ୍ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ

ଧର୍ମଗଡ଼ ସିଭିଲ୍ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ

0
WhatsApp Image 2026-11-26 at 3.52.24 PM

 

ଧର୍ମଗଡ଼: ଧର୍ମଗଡ଼ ସିଭିଲ୍ କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି, ଧର୍ମଗଡ଼ ପକ୍ଷରୁ ଭାରତୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷଙ୍କ ଗୁଣ୍ଡିଚା ସାମନ୍ତ ସିଂହାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସିଭିଲ୍ ଜଜ୍ ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀକାନ୍ତ ପାଢ଼ୀ, ସହକାରୀ ଜିଲ୍ଲାପାଳ ରୋଜାଲିନ୍ ଜେନା, ଧର୍ମଗଡ଼ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଭବାନୀ ଚରଣ ଦାସ, ସମ୍ପାଦକ ଶ୍ରୀଯୁକ୍ତ ଭବାନୀ ଶଙ୍କର ପଣ୍ଡା, ସରକାରୀ ଓକିଲ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତନ୍ତୀ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ତୁଷାର ରଞ୍ଜନ ପଟ୍ଟଯୋଶୀ ଯୋଗଦାନ କରିଥିଲେ।

ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ମୌଳିକ ଆଦର୍ଶ, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏକ ସୁସ୍ଥ, ସମାନତାଭିତ୍ତିକ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନରେ ସମ୍ବିଧାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ଏଥିସହିତ ପ୍ରତ୍ୟେକ ନାଗରିକ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିବା ଉଚିତ ବୋଲି ଆହ୍ୱାନ ଦେଇଥିଲେ। ଏହି ପରିପେକ୍ଷିରେ ଭାରତୀୟ ସମ୍ବିଧାନ ର ପ୍ରସ୍ତାବନା ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ନ୍ୟାୟିକ ଅଧିକାରୀ, ଓକିଲ ସଂଘର ସଦସ୍ୟବୃନ୍ଦ, କୋର୍ଟ କର୍ମଚାରୀ ଏବଂ ଅନ୍ୟାନ୍ୟ ଉପସ୍ଥିତ ବ୍ୟକ୍ତିବିଶେଷ ଯୋଗଦେଇ ସମ୍ବିଧାନର ମହାନ ଆଦର୍ଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଜର ନିଷ୍ଠା ପ୍ରକାଶ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *