November 26, 2026
Home » ବ୍ଲକ ସ୍ତରୀୟ ବାଲ ବୈଜ୍ଞନିକ ପ୍ରଦର୍ଶନୀ ଅନୁଷ୍ଠିତ

ବ୍ଲକ ସ୍ତରୀୟ ବାଲ ବୈଜ୍ଞନିକ ପ୍ରଦର୍ଶନୀ ଅନୁଷ୍ଠିତ

0
WhatsApp Image 2026-11-26 at 3.52.14 PM

ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକୋରମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ମହିମାପୁରମ ( ମାଟିଆପାଲି )ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞନିକ ପ୍ରଦର୍ଶନୀ ବା (ବିଜ୍ଞାନ ମେଳା)-2026-27 ସୋନପୁର ଗୋଷ୍ଠୀ ଶିକ୍ଷା ପରିବାର ର ମୁଖ୍ୟ ଲକ୍ଷ୍ମଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ସା ମୁଖ୍ୟଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ଏବଂ ସୋନପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନିକୁନି ବୈଜ୍ଞାନିକ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଜୀବନ କାମନା ସହ ନିଜର ବୈଜ୍ଞାନିକ ମନୋବୃତ୍ତିକୁ ଆଗକୁ ବଢ଼ାନ୍ତୁ ବୋଲି ମତପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ସୋନପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ସତ୍ୟବ୍ରତ ମଙ୍ଗରାଜ ଯୋଗଦାନ କରି ଆଜିର ଦୁନିଆରେ ବିଜ୍ଞାନର ସଂଜ୍ଞା ଓ ପରିଭାଷା ପରିବର୍ତ୍ତନ ହୋଇ ବ୍ୟବହାରିକ ବିଜ୍ଞାନ ହୋଇଯାଇଛି ବୋଲି ନିଜର ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ l ଅନ୍ୟତମ ଅତିଥି ଗ୍ରାମପଞ୍ଚାୟତ ମହିମାପୁରମ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ଶଙ୍କର ପ୍ରସାଦ ସା ଯୋଗଦାନ କରି ଉକ୍ତ ବିଦ୍ୟାଳୟର ଅବସ୍ଥିତି ଓ କୁନି ବୈଜ୍ଞନିକ ମାନେ ଭିବିଷ୍ୟତରେ ଜଣେ ବୈଜ୍ଞନିକ ହେବା ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିବା ଉଚ୍ଚିତ ବୋଲି ମତ ପ୍ରକାଶ କରିଥିଲେ l ଉପସଭାପତି ସହ ଗୋଷ୍ଠୀ ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଗତ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳା 2025-26ର ବିବରଣୀ ପଠନ କରିଥିଲେ ଏବଂ ଅଂଶଗ୍ରହଣ କରିଥିବା କୁନି ବୈଜ୍ଞନିକ ମାନଙ୍କୁ ବୈଜ୍ଞନିକ ମନୋବୃତ୍ତିର ବିକାଶ ଘଟାଇବା ପାଇଁ ନିଜର ଅଭିଭାଷଣ ରଖିଥିଲେ l ପରେ ସମସ୍ତ ଅତିଥି ବୃନ୍ଦ କାର୍ଯ୍ୟକ୍ରମର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିରେ ସମଗ୍ର ବ୍ଲକରୁ ବିଭିନ୍ନ ବିଦ୍ୟାଳୟ ଗୁଡି଼କରୁ 120ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା l ଉଦଘାଟନ ପରେ ସମସ୍ତ ଅତିଥି ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ l କାର୍ଯ୍ୟକ୍ରମରେ ସ୍ଥାନୀୟ CRCC, ସୁମନ୍ତ ତଣ୍ଡକାର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସର୍ବେଶ୍ୱର ମିଶ୍ର ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସୃଜନୀ ମିଶ୍ର l ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସମ୍ପାଦକ ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଦାସ l ପରବର୍ତ୍ତୀ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଶିକ୍ଷକ ଅଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଅଧିବେଶନର ବିଷୟ ବସ୍ତୁ “ସ୍ୱଳ୍ପ ଖର୍ଚ୍ଚରେ ଶ୍ରେଣୀଗୃହରେ ବିଜ୍ଞାନ ଶିକ୍ଷଣ” ଆଲୋଚକ ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ବି ଏନ . ଶ୍ରୀକାନ୍ତ ପଟ୍ଟନାୟକ l ପରିଚାଳନା କରିଥିଲେ ଶିକ୍ଷକ ସଂଗ୍ରାମ ମିଶ୍ର l ଦ୍ଵିତୀୟ ଅଧିବେଶନର ବିଷୟ “ଏକବିଂଶ ଶତାବ୍ଦୀରେ ଶିକ୍ଷାଦନ ପାଇଁ ଶିକ୍ଷକଙ୍କର ଉତ୍ତର ଦାୟିତ୍ୱ” ଆଲୋଚକ ଭାବରେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ଅଧ୍ୟକ୍ଷା ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷନୁଷ୍ଠାନ, ସୁଶ୍ରୀ ମମତା ସ୍ବାଇଁ l ପରିଚାଳନା କରିଥିଲେ ଶିକ୍ଷକ ଆମ୍ବୁଜ ବିହାରୀ ଶତପଥୀ l ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ଆଲୋଚକଙ୍କୁ ସିଧାସଳଖ ଭାବରେ ପ୍ରଶ୍ନ ପଚାରି ନିଜର ସନ୍ଦେହ ମୋଚନ ହୋଇଥିଲେ l


ପରେ କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡବଲଙ୍ଗ, ବସଲାଟ, ଲଛୀପୁର, ବଳପୁର ଓ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l ଏହାକୁ ପରିଚାଳନା କରିଥିଲେ ଶିକ୍ଷକ ବ୍ରତାନନ୍ଦ ଭୋଇ, ଶିକ୍ଷୟିତ୍ରୀ ଅପର୍ଣ୍ଣା ଅପରୂପା ମହାନ୍ତି, ଶିକ୍ଷକ ବିକ୍ରମ ନନ୍ଦ , ଶିକ୍ଷୟିତ୍ରୀ ନିକିତା ଗଡୁଆ l ପରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କର ମନୋମୁଗ୍ଧ କରିବା ପାଇଁ ଅନ୍ତର୍ଜାତୀୟ ଯାଦୁଗର ଏସ . ଶ୍ରୀକାନ୍ତଙ୍କ ଯାଦୁଖେଳ ପ୍ରଦର୍ଶନ କରାଯାଇଥିଲା l ପରେ ବିଜ୍ଞାନ ସମ୍ଭନ୍ଧୀୟ କୁଇଜ କାର୍ଯ୍ୟକ୍ରମ କରାଯାଇଥିଲା l ଶେଷରେ ପୁରସ୍କାର ବିତରଣ କରାଯାଇଥିଲା l ଏଥିରେ ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛଅଟି ବିଭାଗରେ ଛଅ ଜଣ କୁନି ବୈଜ୍ଞାନିକ ସଫଳତା ହାସଲ କରିଥିବା କୁନି ବୈଜ୍ଞାନିକ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଆଦିବାସୀ କଲ୍ୟାଣ ଉନ୍ନୟନ ଅଧିକାରୀ (WEO) ସୋନପୁର, ସୌରଭ କୁମାର ଦାନୀ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିଶ୍ୱନାଥ ତ୍ରିପାଠୀ, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ଭୋଇ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସୋନପୁର ଗୋଷ୍ଠୀ ଶିକ୍ଷା ପରିବାର ସହ ମହିମାପୁରମ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟୀ ଓ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଖୁବ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *