ପ୍ରସିଦ୍ଧ ଶକ୍ତିପୀଠ ମାଁ ଡୋକରୀ ଦେବୀଙ୍କ ଉପରେ ଫିଲ୍ମ ଲୋକାର୍ପିତ।
ଜୟପାଟଣା: କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ତାଲଗୁଡ଼ ସ୍ଥିତ ମାଁ ଡୋକରୀଙ୍କ ଉପରେ ପ୍ରଥମ ଥର ପାଇଁ ଏକ ପ୍ରାମାଣିକ ଚଳଚ୍ଚିତ୍ର ଲୋକାର୍ପଣ ହୋଇ ଯାଇଛି । ପବିତ୍ର ନବରାତ୍ରିର ଶାରଦୀୟ ମୁହୂର୍ତ୍ତରେ ମାରୁତି ଫିଲ୍ମ ଦ୍ଵାରା ପ୍ରାୟୋଜିତ ଏହି ଫିଲ୍ମରେ ଜୟପାଟଣା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକରୀଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରାମାଣିକ ତଥ୍ୟ ଉପରେ ଆଧାରକରି ଫିଲ୍ମଟି ପ୍ରସ୍ତୁତ ହୋଇଛି । ଫିଲ୍ମରେ ମାଁ ଙ୍କର ଅତି ସୁନ୍ଦର ଗୀତ ସହିତ କଳାକାର ମାନଙ୍କର ଦମଦାର ଅଭିନୟ ଭକ୍ତଙ୍କ ହୃଦୟକୁ ଛୁଇଁ ସାରିଛି ।

ଏହି ଲେଖକ ଏବଂ ନିର୍ଦ୍ଦେଶକ ତ୍ରିଶକ୍ତି ରାଉତ, କଳା ନିର୍ଦ୍ଦେଶକ ତାପସ ଧଙ୍ଗଡା ମାଝୀ, ସହ ନିର୍ଦ୍ଦେଶକ ବିକାଶ ପଟେଲ, ପ୍ରଯୋଜକ ରଞ୍ଜିତ ପଣ୍ଡା, ସହ ନିର୍ମାତା ଟୁନା ଏବଂ କିଶୋର ସାହୁ, ସମ୍ପାଦକ ସତ୍ୟରାଜ ଗୁରୁ, କ୍ୟାମେରାମ୍ୟାନ ବିଶାଳ ରାଉତ ଏବଂ ଅନେକ ସହଯୋଗୀ ଏହି ଫିଲ୍ମ ନିର୍ମାଣରେ ସହଯୋଗ କରିଥିଲେ। ଫିଲ୍ମର ଲୋକାର୍ପଣ ଉତ୍ସବରେ ଜୟପାଟଣା ରାଣୀ ସାହେବା ସୋନମ୍ ଦେଓଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ସମ୍ମାନିତ ଅତିଥି ଭାବେ ରାଜମାତା ରୂପା ମଞ୍ଜରୀ ଦେବୀ, ବୀର କିଶୋର ପଣ୍ଡା, ହରେକୃଷ୍ଣ ଦାସ, ଶେଷଦେବ ବେହେରା, ଅଶ୍ରଫ ଅଲ୍ଲୀ, ଜଗମୋହନ ପଟ୍ଟନାୟକ, ସତ୍ୟନାରାୟଣ ଅଗ୍ରୱାଲ, ପ୍ରକାଶ ଦୁରିଆ, ଜଗଦୀଶ ବୈଠାରୁ, ଦିବାକର ପଟ୍ଟନାୟକ, ଗଙ୍ଗାଧର ମାଝୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚିର ଦଳପତି ତଥା ଶତାଧିକ ଶୁଭେଚ୍ଛୁ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
