August 21, 2026
Home »  ବରପାଲି ଶୀତଳ ଷଷ୍ଠୀ: କନ୍ୟା ମନୋନୟନ ପତରପେଣ୍ଡି

 ବରପାଲି ଶୀତଳ ଷଷ୍ଠୀ: କନ୍ୟା ମନୋନୟନ ପତରପେଣ୍ଡି

0
WhatsApp Image 2026-06-17 at 4.18.46 AM

ବରପାଲି:  ଚଳିତ ବର୍ଷ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ର ଦ୍ବିତୀୟ ଦିବସରେ ବାବା କପିଳେଶ୍ଵର ଙ୍କ ତରଫରୁ ଶ୍ରୀ ଶ୍ରୀ ହର ପାର୍ବତୀ ଓ ଶ୍ରୀ ନଟରାଜ ଶିବ ସ୍ନାନ ପରେ ଶତଆରତୀ ଅର୍ପଣ,ପ୍ରାର୍ଥନା ଓ ଭୋଗ ସମର୍ପଣ କରାଯାଇଥିଲା । ମଧ୍ୟାହ୍ନ ସମୟରେ ଅମୃତ ମଣୋହୀ ଭୋଗ ଅର୍ପଣ ପରେ ଶିବ ପାର୍ବତୀଙ୍କ ବିଶ୍ରାମ କରାଯାଇଥିଲା ।  ସନ୍ଧ୍ୟା ସମୟରେ ଆରତୀ,ପ୍ରାର୍ଥନା ପରେ ବାବା କପିଳେଶ୍ଵର ଙ୍କ ତରଫରୁ ପାତ୍ରୀ (କନ୍ୟା)ମନୋନୟନ(ପତରପେଣ୍ଡି) କାର୍ଯ୍ୟକ୍ରମ ହିମାଦ୍ରୀ ନଗର ଠାରେ ଅନୁଷ୍ଠିତ ହୋଇଥିଲା ।

ବରପକ୍ଷ କନ୍ୟା ପକ୍ଷଙ୍କୁ ଜଣାଇ କହିଥିଲେ ସେମାନଙ୍କ ବିବାହ ଯୋଗ୍ୟ ପୁଅ ପାଇଁ ସୁଯୋଗ୍ୟ କନ୍ୟାଟିଏ ଥିବା ଖବର ପାଇ କନ୍ୟା ପକ୍ଷଙ୍କ ନିକଟକୁ ଆସିଥିଲେ । ପ୍ରଥମରେ ମହାଦେବ ଙ୍କ ବିଷୟରେ ବରପକ୍ଷ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର  ଦାଶ ଶ୍ଳୋକ ମାଧ୍ୟମରେ  ବାବା କପିଳେଶ୍ଵର ଙ୍କ ଗୁଣ ସମ୍ପର୍କରେ ବର୍ଣ୍ଣନା କରିଥିଲେ । କନ୍ୟାପକ୍ଷ ରୁ ପଣ୍ଡିତ ଦୀପ୍ତି କୁମାର ସିଂହ ମାତା ପାର୍ବତୀ ଗୁଣ ବର୍ଣ୍ଣନା କରିବା ସହ କନ୍ୟାପକ୍ଷ ଜଣେ ଶ୍ମଶାନଚାରୀଙ୍କୁ ତାଙ୍କ ସୁଜିଜି କନ୍ୟାକୁ ବିବାହ ଦେବେ ନାହିଁ ବୋଲି  ପ୍ରକାଶ କରିଥିଲେ । ଏହାର ଉତ୍ତର ଦେଇ ବରପକ୍ଷ ପଣ୍ଡିତ  ଶିବଙ୍କୁ ସତ୍ୟ ଶିବ ଓ ଶୁନ୍ଦର ଅଜନ୍ମା ସେ ସ୍ଵୟଂ ଶ୍ରୁଷ୍ଠି କାର୍ତ୍ତା ଦେବ ଦେବ ମହାଦେବ ଅଟନ୍ତି ବୋଲି କହିଥିଲେ ।

ବର୍ତ୍ତମାନ ପରିପେକ୍ଷିରେ ତାରକାସୁର ଅତ୍ୟାଚାର ରୁ ପୃଥିବୀକୁ ରକ୍ଷା କରିବା ନିମନ୍ତେ ଆପଣଙ୍କ ଝିଅ ମାତା ପାର୍ବତୀଙ୍କୁ ବିବାହ କରିବାର ଅନିର୍ବାଯ୍ୟ ଅଟେ । କାରଣ ମାତା ପାର୍ବତୀ ଙ୍କ ଗର୍ଭରୁ ଜାତ ହେବାକୁଥିବା କାର୍ତ୍ତିକ ଜନ୍ମ ନେବା ପରେ ଦିଗ ବିଜୟୀ  ତାରକାସୁର କୁ ବଦ୍ଧ କରି ପୃଥିବୀ ପୃଷ୍ଠକୁ ରକ୍ଷା କରିବେ । ତେଣୁ ଆପଣ ଆପଣଙ୍କ ଝିଅ ଦେବୀ ମାତା ପାର୍ବତୀଙ୍କୁ ବାବା କୋଇଲେଶ୍ବର ଙ୍କୁ ବିବାହ କରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ବିଭିନ୍ନ ପ୍ରକାର ପ୍ରଶ୍ନ ହେଲାପରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେବା ସହ ବିବାହ ସ୍ଥିର ହୋଇଥିଲା । ବରପକ୍ଷରୁ କମିଟିର ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀ ଓ ଯାତ୍ରା କମିଟି ସଭ୍ୟ..

: ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed