ବିନିକା ଏନ ଏ ସି ଅଫିସ ରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି ଅଭିଯୋଗ, ପୋଲିସ ର ତଦନ୍ତ ଜାରି
l
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଫିସରୁ ମଙ୍ଗଳବାର ରାତିରେ ସାଢ଼େ ଚାରି ଲକ୍ଷ ଟଙ୍କା ଚୋରି ହୋଇଯାଇଛି l ମିଳିଥିବା ସୂଚନା ମୁତାବକ ୧୬ ନଭେମ୍ବର ସୋମବାର ଦିନ ଚଳିତ ମାସର ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଆଦି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅଫିସର ସରୋଜ ମେହେର ୧୬ ଲକ୍ଷ ୨୧ ହଜାର ୨ ଶହ ଟଙ୍କା ବ୍ୟାଙ୍କରୁ ଉଠାଇଥିଲେ l ହେଲେ ଦୁଇଦିନ ଧରି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ଏବଂ ଆଉ କିଛି ହିତାଧିକାରୀ ଙ୍କ ଭତ୍ତା ନେବା ବାକି ଥିବାବେଳେ ଅଫିସର ଆଲମାରୀରେ ଥିବା ସାଢ଼େ ଚାରି ଲକ୍ଷ ଟଙ୍କା ଗତକାଲି (ମଙ୍ଗଳବାର ) ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ଚୋରି କରିନେଇଛି l ଶ୍ରୀ ମେହେରଙ୍କ କହିବା ଅନୁସାରେ ସେ ଗତକାଲି ସନ୍ଧ୍ୟା ସମୟରେ ଆଲମାରୀରେ ଟଙ୍କା ତକ ରଖି ଆଲମାରୀର ଭିତର ଓ ବାହାର ଲକ ଭଲଭାବେ ଦେଇଥିଲେ l କିନ୍ତୁ ଆଜି ସକାଳ ସାଢ଼େ ନଅ ଟା ସମୟରେ ଆସି ଦେଖିଲା ବେଳକୁ ଆଲମାରୀର ଲକ ଖୋଲାଥିଲା ଏବଂ ଆଲମାରୀ ଭିତରେ ଟଙ୍କା ନଥିଲା l ବିଡମ୍ବନାର ବିଷୟ ଏନଏସି ଅଫିସରେ ସିସି ଟିଭି କ୍ୟାମେରା ଚାଲୁନଥିଲା l ସିସିଟିଭି କ୍ୟାମେରା କାହିଁକି ଚାଲୁନି ବୋଲି ଏନଏସି ଅଧ୍ୟକ୍ଷଙ୍କୁ ପଚାରିବାରୁ ଉତ୍ତର ମିଳିଲା ୱେରିଙ୍ଗ କାମ ଚାଲୁଥିବାରୁ କ୍ୟାମେରା ବନ୍ଦ ଅଛି l ଚୋରି ହୋଇଥିବା ଘଟଣା କୁ ନେଇ ଏନଏସି ଅଫିସ ତରଫରୁ ବିନିକା ଥାନାରେ ଲିଖିତ ଏତଲା ଦିଆଯାଇଛି l ବିନିକା ପୋଲିସ ଏନଏସି ଅଫିସର ସେହି କୋଠରୀକୁ ସିଲ କରିବା ସହିତ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଆସି ଅନୁଧ୍ୟାନ କରୁଛନ୍ତି l

ହେଲେ କିଏ ଆସିଲା କେମିତି ଆସିଲା ଏତେ ଟଙ୍କା ଚୋରି କରି ନେଇଗଲା ତାହା ଏବେ ପ୍ରଶ୍ନ ବାଚୀ ? ଆଜି ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଅଫିସ ରେ ଅନୁପସ୍ଥିତ ଥିଲେ ତେଣୁ ଫୋନ ଯୋଗେ ତାଙ୍କୁ ଯୋଗାଯୋଗ ସମ୍ଭବ ହୋଇନାହିଁ l କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ସସ ମିଟିଙ୍ଗରେ ଥିବାରୁ ଆଜି ଅଫିସକୁ ଆସିନଥିଲେ l ଏଇ କିଛି ଦିନ ମଧ୍ୟରେ ସହର ରେ ଦିନକୁ ଦିନ ଦ୍ରୁତ ଗତିରେ ଚୋରି ଡକାୟତି ବଢ଼ିବାରେ ଲାଗିଛି l ନିକଟରେ ସିଦ୍ଧାର୍ଥ ମହାବିଦ୍ୟାଳୟ ରେ ଗୋଟିଏ ଛାତ୍ର ମଟର ସାଇକେଲ ଡ଼ିକି ରୁ ମୋବାଇଲ ଚୋରି କରୁଥିବା ସି ସି କ୍ୟାମେରା ରେ ରେକର୍ଡ ହୋଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ସେହି ଛାତ୍ର କୁ ଧରାଗଲା ନାହିଁ l ଦୁର୍ଗା ମନ୍ଦିର ରେ ଲାଗିଥିବା ପାଣି ପମ୍ପରୁ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ତମ୍ବାତାର ଚୋରି କରି ଫେରାର ମାରିଛନ୍ତି I କେବଳ ତମ୍ବା ତାର ଚୋରି ହୋଇଛି ତାହାନୁହେଁ ଗତ ୩୦ ଅକ୍ଟୋବର ରେ ଗୁଲାପଡା ଗାଁ ନିକଟ ମହାନଦୀରେ ବସିଥିବା ଉଠା ଜଳସେଚନ ପ୍ରକଳ୍ପର ପାଣି ପମ୍ପରୁ ତମ୍ବା ତାରକୁ ନାବାଳକ ମାନେ ଚୋରି କରିଥିବା ବେଳେ ଗତ ୨ ତାରିଖ ରେ ବିନିକା ଆହାର କେନ୍ଦ୍ରର ରୋଷେଇ ଘର ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବି ଦୁର୍ବୁତ୍ତ ମାନେ ଚୋରି କରି ଫେରାର ମାରିଥିଲେ l ବିନିକା ଅଞ୍ଚଳରେ ଚୋରି ଡକାୟତି ବାଡ଼ିଚାଲିଛି ବୋଲି ସାଧାରଣ ଜନତା ଚର୍ଚ୍ଚା କରୁଛନ୍ତି l ସହରରେ ଦିନକୁଦିନ ଚୋରି ବଢ଼ୁଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନଥିବା ବେଳେ ରାତିରେ ପୁଲିସ କଡାକଡି ପେଟ୍ରୋଲିଂ କରିବାକୁ ଦାବି ହୋଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
