July 10, 2026
Home » ଯୋଗାଳୟ ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଯୋଗାଳୟ ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0
WhatsApp Image 2026-06-13 at 2.58.31 PM

 ସୁବର୍ଣ୍ଣପୁର: ମହାନଦୀ ଯୋଗବିହାର ସ୍ଥିତ ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ ମଧ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଆମ ସୁବର୍ଣ୍ଣପୁର ମାଟିର ଜଣେ ଉଦୀୟମାନ ବିଦ୍ୟାର୍ଥୀ ଶ୍ରୀମାନ୍ ନିତେଶ କୁମାର ବାରିକ ଅଷ୍ଟମ ସ୍ଥାନ ରଖି ଅଭୂତପୂର୍ବ ସଫଳତା ପ୍ରାପ୍ତ କରିଥିବା ଯୋଗୁ ତାଙ୍କୁ ଆଜି ଯୋଗାଳୟ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା । ଯୋଗାଳୟର ସଭାପତି ଯୋଗାଚାର୍ଯ୍ୟ ହରିହର ଶତପଥୀ ଏବଂ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଉତ୍ତରୀୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପାଢ଼ୀ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦକ ଡ. ଆର୍ତ୍ତତ୍ରାଣ ବାବୁ ସଭା ସଂଯୋଜନ କରିବା ସହ ମାନପତ୍ର ପାଠ କରିଥିଲେ । ସୋନପୁର ମାଟିକୁ ଶିକ୍ଷା ସଂସ୍କାର ଦେଇ ଜଣେ କାର୍ତ୍ତିମାନ ସୁଯୋଗ୍ୟ ସନ୍ତାନ ଭେଟି ଦେଇଥିବା ଯୋଗୁଁ ନିତେଶ ଙ୍କ ବାପା ତଥା ବିଶିଷ୍ଟ ସମାଜସେବୀ ସାନନ୍ଦ କୁମାର ବାରିକଙ୍କୁ ବରିଷ୍ଠ ଯୋଗୀ ମୃତ୍ୟୁଞ୍ଜୟ ନାରାୟଣ ଦାସ ମଧ୍ୟ ଯୋଗାଳୟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ଜଣେ ଆଦର୍ଶ ପ୍ରଶାସକ ହୋଇ ସୋନପୁର ନାମକୁ ରାଜ୍ୟ ସମ୍ମୁଖରେ ଉଜାଗର କରିବା ନିମନ୍ତେ ଯୋଗୀ ବନ୍ଧୁଗଣ ତାଙ୍କ ବକ୍ତବ୍ୟରେ ଶୁଭେଚ୍ଛା, ଅଭିନନ୍ଦନ ଜଣାଇବା ସହ ପରାମର୍ଶ ଉପଦେଶ ପ୍ରଦାନ କରିଥିଲେ । ପ୍ରତ୍ୟୁତ୍ତର ରେ ନିତେଶ କୁମାର ମଧ୍ୟ ଯୋଗାଳୟ ନିକଟରେ ଗଭୀର କୃତଜ୍ଞତା ଜଣାଇବା ସହିତ କର୍ମକ୍ଷେତ୍ରରେ ଉପଯୁକ୍ତ ସେବା କରି ସୋନପୁର ର ନାମ ଉଜ୍ବଳ କରିବାକୁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପରିଶେଷରେ ଯୋଗାଳୟର ସମସ୍ତ ଯୋଗୀ ବନ୍ଧୁଗଣ, ସୁବର୍ଣ୍ଣପୁରର ଗୌରବ ବୃଦ୍ଧି କରିଥିବା ସୁବର୍ଣ୍ଣ ସନ୍ତାନ ନିତେଶ କୁମାରଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ଶୁଭାଶିର୍ବାଦ ପ୍ରଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *