June 13, 2026
Home » ବ୍ରହ୍ମଗିରିରେ ବୀର ସାଵରକରଙ୍କ ଜୟନ୍ତୀ ପାଳିତ

ବ୍ରହ୍ମଗିରିରେ ବୀର ସାଵରକରଙ୍କ ଜୟନ୍ତୀ ପାଳିତ

0
WhatsApp Image 2026-05-28 at 7.33.36 PM (1)

ବୀର ସାଵରକର ଥିଲେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ସ୍ୱାଧୀନତା ସଂଗ୍ରାମୀ ଓ ସନାତନ ଧର୍ମର ପ୍ରବକ୍ତା ୩) ରାଷ୍ଟ୍ର ହିତ ଓ ପ୍ରଖର ସଂଗ୍ରାମୀ ଜୀବନ ପାଇଁ ବୀର ସାଵରକର ପଚାଶ ବର୍ଷ ଜେଲରେ ଥିଲେ। ବ୍ରହ୍ମଗିରି ତା୨୮/୦୫/୨୦୨୬ ବ୍ରହ୍ମଗିରି ବଜାର ଠାରେ ଅବସ୍ଥିତ ଗୁରୁକୃପା କୋଚିଂ ସେଣ୍ଟର ପରିସରରେ ବୀର ସାଵରକରଙ୍କ ଜନ୍ମଜୟନ୍ତୀ ସ୍ବେଛାସେବୀ ଅନୁଷ୍ଠାନ ୱ।ର୍ ଏବଂ ଭାରତ ସରକାରଙ୍କର କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ କେନ୍ଦ୍ର, ପୁରୀ ଙ୍କ ସହାଯତାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃ କାଳରେ ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ଗୋଖରା ଠାରେ ସ୍ବେଛାସେବୀମାନେ ଚାରା ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ ଉତ୍ସବରେ ବୀର ସାଵରକରଙ୍କ ଜୀବନୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ଏବଂ ସମସ୍ତ ବିଜୟୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ବୀର ସାଵରକରଙ୍କ ଜୟନ୍ତୀ ଅବସରରେ ଗୁରୁକୃପା ଶିକ୍ଷାନୁଷ୍ଠାନ ପରିସର ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଭକ୍ତ ମନେଇ ସାହୁ ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମାଝୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

କବି,ଲେଖକ ଓ ପ୍ରବଚକ ତତ୍ୱକବି ବ୍ରହ୍ମଦାରୁ ପରମହଂସ ମୁଖ୍ୟ ଅତିଥି ଏବଂ ସମାଜସେବୀ ସ୍ୱର୍ଣ୍ଣଲତା ଜେନା, ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଆବାହକ ସଞ୍ଜୟ କୁମାର ପ୍ରଧାନ, ପ୍ରହଲ୍ଲାଦ ପରିଡ଼ା ପ୍ରମୁଖ ବୁଦ୍ଧିଜୀବିମାନେ ଯୋଗଦେଇ ସାଵରକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।କବି ଦିଗମ୍ବର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ମାଇଁ ଭାରତ କେନ୍ଦ୍ର, ପୁରୀ ଅଧିକାରୀ ଡକ୍ଟର ଅଶୋକ କୁମାର ବେହେରା ଉତ୍ସବର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।।ଅତିଥିମାନେ କହିଥିଲେ ଯେ ବିନାୟକ ଦାମୋଦର ସାବରକର ଯିଏ “ବୀର ସାବରକର” ଭାବେ ପ୍ରସିଦ୍ଧ, ସେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଲେଖକ, ଆଇନଜୀବୀ, କବି ଏବଂ ରାଜନୈତିକ ଚିନ୍ତକ ଥିଲେ। ତାଙ୍କର ଜନ୍ମ ୨୮ ମେ ୧୮୮୩ ରେ ମହାରାଷ୍ଟ୍ରର ଭାଗୁରରେ ହୋଇଥିଲା ଏବଂ ୨୬ ଫେବୃଆରୀ ୧୯୬୬ ରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଆଧୁନିକ ଭାରତୀୟ ରାଜନୈତିକ ଇତିହାସର ଏକ ପ୍ରଭାବଶାଳୀ ଏବଂ ବିବାଦସ୍ପଦ ବ୍ୟକ୍ତିତ୍ୱ ଭାବେ ପରିଚିତ।ପ୍ରାରମ୍ଭିକ ଜୀବନ ଓ ବିପ୍ଲବୀ କାର୍ଯ୍ୟକଳାପ ସାବରକର ଅତ୍ୟନ୍ତ କମ୍ ବୟସରୁ ବିପ୍ଲବୀ ଜାତୀୟତାବାଦ ସହ ଜଡିତ ହୋଇଥିଲେ। ସେ “ମିତ୍ର ମେଳା” ଏବଂ ପରେ “ଅଭିନବ ଭାରତ ସମିତି” ପରି ସଂଗଠନ ସ୍ଥାପନା କରିଥିଲେ, ଯାହା ବ୍ରିଟିଶ ଶାସନ ବିରୋଧରେ ସସ୍ତ୍ରସଜ୍ଜ ପ୍ରତିରୋଧକୁ ପ୍ରୋତ୍ସାହିତ କରୁଥିଲା। ଲଣ୍ଡନରେ ଆଇନ ପଢୁଥିବା ସମୟରେ ସେ “ଇଣ୍ଡିଆ ହାଉସ” ସହ ଜଡିତ ଥିଲେ ଏବଂ ଅନେକ ଯୁବ ବିପ୍ଲବୀଙ୍କୁ ପ୍ରେରଣା ଦେଇଥିଲେ।ସେ “୧୮୫୭ର ଭାରତୀୟ ସ୍ୱାଧୀନତା ଯୁଦ୍ଧ” ନାମକ ପୁସ୍ତକ ରଚନା କରିଥିଲେ, ଯେଉଁଥିରେ ୧୮୫୭ର ବିଦ୍ରୋହକୁ ଭାରତର ପ୍ରଥମ ସଂଗଠିତ ସ୍ୱାଧୀନତା ସଂଗ୍ରାମ ଭାବେ ଉପସ୍ଥାପନ କରାଯାଇଥିଲା। ଏହି ପୁସ୍ତକକୁ ବ୍ରିଟିଶ ସରକାର ନିଷିଦ୍ଧ କରିଥିଲା।ଗିରଫ ଓ ସେଲ୍ୟୁଲାର ଜେଲ୧୯୦୯ ମସିହାରେ ବିପ୍ଲବୀ କାର୍ଯ୍ୟକଳାପ ପାଇଁ ସାବରକରଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କୁ ଦୁଇଟି ଆଜୀବନ କାରାଦଣ୍ଡ, ମୋଟ ୫୦ ବର୍ଷର ଶାସ୍ତି ଦିଆଯାଇଥିଲା। ତାଙ୍କୁ ଅଣ୍ଡାମାନ ଓ ନିକୋବାର ଦ୍ୱୀପପୁଞ୍ଜର କୁଖ୍ୟାତ ସେଲ୍ୟୁଲାର ଜେଲକୁ ପଠାଯାଇଥିଲା, ଯେଉଁଠାରେ ସେ କଠିନ ପରିସ୍ଥିତିରେ ବହୁ ବର୍ଷ କାଟିଥିଲେ।
ତାଙ୍କ ଜୀବନର ଏକ ପ୍ରସିଦ୍ଧ ଘଟଣା ହେଉଛି ଫ୍ରାନ୍ସର ମାର୍ସେଇଲ୍ସରେ ତାଙ୍କର ସାହସିକ ପଳାୟନ ଚେଷ୍ଟା। ଭାରତକୁ ଆଣାଯାଉଥିବା ସମୟରେ ସେ ବ୍ରିଟିଶ ଜାହାଜରୁ ସମୁଦ୍ରକୁ ଝାପ ଦେଇଥିଲେ।ହିନ୍ଦୁତ୍ୱ ଚିନ୍ତାଧାରାପରବର୍ତ୍ତୀ ସମୟରେ ସାବରକର “ହିନ୍ଦୁତ୍ୱ”ର ପ୍ରମୁଖ ଚିନ୍ତକ ଭାବେ ପରିଚିତ ହେଲେ। ତାଙ୍କର ଲେଖନୀରେ ସାଂସ୍କୃତିକ ଜାତୀୟତାବାଦ ଏବଂ ଏକତ୍ରିତ ହିନ୍ଦୁ ସମାଜର ଧାରଣାକୁ ଗୁରୁତ୍ୱ ଦିଆଯାଇଥିଲା। ସେ ମଧ୍ୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଭାବେ କାମ କରିଥିଲେ। ଉତ୍ସବରେ ୬୨ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତା ରେ ବିଜୟୀ ଚାରିଜଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉତ୍ସବରେ ମଞ୍ଚାସୀନ ମୁଖ୍ୟ ଅତିଥି ଦାରୁବ୍ରହ୍ମ ପରମହଂସ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରହଲ୍ଲାଦ ପରିଡ଼ା, ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି, ବିକାଶ ଶତାବ୍ଦୀ, ସହଦେବ ବେହେରା, ବାସୁଦେବ ସେନାପତି, ବିକାଶ ବରାଳ ଏବଂ ପଞ୍ଚାନନ ପଲାଇଙ୍କୁ ସଭାରେ ଅତିଥିବୃନ୍ଦ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ସ୍ବାଇଁ, ଶିକ୍ଷକ ରବୀନ୍ଦ୍ର କୁମାର ପଲାଇ, କରୁଣାକର ସାହୁ, ନବକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *