May 14, 2026
Home » ଭବାନୀପାଟଣାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନ ସମାବେଶ।

ଭବାନୀପାଟଣାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନ ସମାବେଶ।

0
WhatsApp Image 2026-05-11 at 2.57.30 PM

 

“ନୂଆ ଦଳ ନୂଆ ସମ୍ଭାବନା” କଳାହାଣ୍ଡି ବାସୀ ଙ୍କୁ ବିକାଶର ରାସ୍ତା ଦେଖାଇବ….

କଳାହାଣ୍ଡି ଜିଲ୍ଲା ସବୁ ବେଳେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ଶୋଷିତ ହୋଇ ଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ,ଗମନା ଗମନ କ୍ଷେତ୍ରରେ ଏହି ଜିଲ୍ଲା ଅବହେଳିତ। ଯେଉଁ ଶିଳ୍ପ ସଂସ୍ଥା ଗୁଡ଼ିକ ଏଠାରେ ଅଛି ସେଠି ରାଜ୍ୟ ବାହାରର ଲୋକ ନିଯୁକ୍ତି ପାଇଛନ୍ତି ଏଠାକାର ଲୋକ ଶିଳ୍ପ ସଂସ୍ଥାରେ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି।କଳାହାଣ୍ଡି ବାସୀ ଶୋଷିତ ହୋଇ ଅଛନ୍ତି ଓ ନିର୍ବାଚିତ ନେତା ମାନେ ପୁଞ୍ଜି ପତି ମାନଙ୍କ ପକେଟରେ ଅଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ। ଓଡ଼ିଶା ଜନତା କଂଗ୍ରେସ କଳାହାଣ୍ଡି ବାସୀଙ୍କ ସ୍ୱର ହୋଇ ଲଢ଼ିବ ବୋଲି ମହମ୍ମଦ ମୋକିମ ପ୍ରକାଶ କରିଛନ୍ତି।

ଆଜି ଭବାନୀପାଟଣା ଠାରେ ଓଡିଶା ଜନତା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିଶାଳ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋକିମ ଆଗାମୀ ଦିନରେ ଶ୍ରୀ ମଧୁ ମହାନ୍ତି ଗରୀବ କଳାହାଣ୍ଡି ବାସୀଙ୍କ ସ୍ୱର ହୋଇ ଲଢ଼ିବ ବୋଲି କହିଥିଲେ।ମୋକିମ ଙ୍କ ଦ୍ଵାରା ଗଠିତ ଓଡ଼ିଶା ଜନତା କଂଗ୍ରେସ ଜିଲ୍ଲାରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ। ଯେଉଁ ସଂଗ୍ରାମୀ ଯୁବକ ଯୁବତୀ ମାନେ ବିଭିନ୍ନ ରାଜନୈତିକ ଦଳ ରେ ରହି ଅବହେଳିତ ହୋଇ ଅଛନ୍ତି ସେମାନଙ୍କୁ ଏହି ଦଳ ରାଜନୀତିକ ନେତା କରିବାର ସୁଯୋଗ ଦେବ ଏଵଂ କଳାହାଣ୍ଡି ଜିଲ୍ଲା ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିବା ସହ କଳାହାଣ୍ଡିଆ ଯୁବକ ଙ୍କ ସ୍ବପ୍ନ କୁ ସାକାର କରାଯିବ ବୋଲି ସମାଵେଶ ର ମୁଖ୍ୟ ଆୟୋଜକ ମଧୁ ମହାନ୍ତି ପ୍ରକାଶ କରିଥିଲେ।ଓଡ଼ିଶା ଜନତା କଂଗ୍ରେସ ର ସଂସ୍ଥାପକ ସଭ୍ୟ ଶ୍ରୀ ମଧୁ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବିଶାଳ ସମାବେଶରେ ସୁନନ୍ଦ ପଟ୍ଟନାୟକ,ରାମ ପାଣିଗ୍ରାହୀ,ଲମ୍ବୋଦର ତାଣ୍ଡି,କାଳିଆ ସରାଫ, ପ୍ରଭାକର ବେହେରା, ପ୍ରକାଶ ମଙ୍ଗରାଜ,ଚିତ୍ରସେନ ଜାଲ, ବିଦ୍ୟାଧର ମୁଣ୍ଡ,ପ୍ରଣବ ଭୁକ୍ତା,କଳା କାହୁଁ ସା,ରାଣା ପ୍ରତାପ ନାଏକ ପ୍ରମୂଖ ଉପସ୍ଥିତ ଥିଲେ। ଜୟନ୍ତ କୁମାର ନାୟକ ମଞ୍ଚ ପରିଚାଳନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *