ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ।
କ୍ଷେତ୍ରପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା….
ଭବାନୀପାଟଣା : ଭାରତ ସରକାର ଙ୍କ ଅତିରିକ୍ତ ସଚିବ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ , ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରିଣୀ ଶ୍ରୀମତୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ।ପରିଦର୍ଶନର ଆରମ୍ଭରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ “ଶୀତଳ”- ଆଦି କର୍ମଯୋଗୀ ଜୀବିକା ପଦକ୍ଷେପ କାର୍ଯ୍ୟକ୍ରମର ଜିଲ୍ଲାରେ ଶୁଭାରମ୍ଭ ଅବସରରେ ସମ୍ମାନୀୟ ଅତିଥ୍ ଭାବରେ ଯୋଗଦେଇଥିଲେ।ଏହାପରେ ଥୁଆମୂଳ ରାମପୁର ବ୍ଲକର କାଣିଗୁମା ର କଫି ଉଦ୍ୟାନ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ,ସୁପରିଚାଳନା ଦାୟିତ୍ଵରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଥିଲେ।ପରେ କେନ୍ଦ୍ରୀୟ ଭଣ୍ଡାରଣ ନିଗମ ସିଏସଆର ପାଣ୍ଠି ଅନୁଦାନ ରେ ଥୁଆମୂଳ ରାମପୁର ବ୍ଲକ ର ଅମିଠାଗୁଡା ଠାରେ ଡିଜିଟାଲ ଶିକ୍ଷା ର ପ୍ରୋତ୍ସାହନ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଏହାର ଉନ୍ମୋଚନ କରିଥିଲେ।ଥୁଆମୂଳ ରାମପୁର ଠାରେ ଥିବା କଫି ନର୍ସରୀ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ,ସୁପରିଚାଳନା ଦାୟିତ୍ୱ ରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଥିଲେ।

କ୍ଷେତ୍ର ପରିଦର୍ଶନ ସମାପ୍ତ କରି ଜିଲ୍ଲାପାଳଙ୍କ ସଭାଗୃହ ରେ ଆୟୋଜିତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ,ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବିଭିନ୍ନ ସୁଚକାଙ୍କ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ଏଥିରେ ଶିକ୍ଷା,ସ୍ବାସ୍ଥ୍ୟ, କୃଷି,ପାନୀୟ ଜଳ, ସମାଜ କଲ୍ୟାଣ, ସମ୍ବନିତ ଜନଜାତି ଉନ୍ନୟନ,ଶିଶୁ ସୁରକ୍ଷା, ଗମନାଗମନ, ଜୀବନ ବୀମା,ସ୍ଵାସ୍ଥ୍ୟ ବୀମା ,ଯୋଗାଣ,ଦକ୍ଷତା ବିକାଶ, ନିୟୋଜନ, ଗ୍ରାମ୍ୟ ଉନ୍ନୟନ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ। ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନେ କିପରି ଉତ୍ତମ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେଥି ପ୍ରତି ଜିଲ୍ଲା ଶିକ୍ଷା ଅଧୂକାରୀ କୁ ପରାମର୍ଶ ଦେଇଥିଲେ । ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନା(ଗ୍ରାମୀଣ )ରେ ଅସମ୍ପୂର୍ଣ ଗୃହ ଗୁଡ଼ିକୁ ଯଥା ଶୀଘ୍ର ସମାପ୍ତ କରିବା ପାଇଁ କହିଥିଲେ।କୃଷି କ୍ଷେତ୍ର ରେ ଜନସଚେତନତା ସୃଷ୍ଟି କରି ଚାଷୀ ମାନେ ଅଧିକରୁ ଅଧିକ “ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା “ରେ ପଞ୍ଜିକରଣ କରି ଚାଷ କ୍ଷତି ପୁରଣ ପାଇବା ପାଇଁ ଜିଲ୍ଲା କୃଷି ଅଧିକାରୀ ଙ୍କୁ ନିର୍ଦେଶ ଦେଇଥଲେ । ଧାନ ଚାଷ ରୁ କିପରି ଅର୍ଥକାରୀ ଫସଲ ପ୍ରତି ଅଧିକ ରୁ ଅଧିକ ଚାଷୀ ଗୁରୁତ୍ବ ଦେବେ ସେଥି ପ୍ରତି ଜିଲ୍ଲା କୃଷି ଅଧିକାରୀ ଓ ଉପ ନିର୍ଦେଶକ,ଉଦ୍ୟାନ ଙ୍କୁ ପଦକ୍ଷେପ ନେବାପାଇଁ କହିଥିଲେ । ଯୁବକ ମାନଙ୍କୁ ଇଛା ମୁତାବକ ଦକ୍ଷତା ଭିତ୍ତିକ ତାଲିମ ଯୋଗାଇସେମାନଙ୍କର ଆୟବୃଦ୍ଧି କିପରି ହୋଇପାରିବ ସେ ଉପରେ ଜିଲ୍ଲା ନିୟୋଜନ ଅଧିକାରୀ ଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀ ଶ୍ରୀକାନ୍ତ ଦଳେଇ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
