August 20, 2026
Home » ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )ପ୍ରକ୍ରିୟାର ସୁଚାରୁ ପରିଚାଳନା ସମ୍ବନ୍ଧୀୟ ବୈଠକ .

ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )ପ୍ରକ୍ରିୟାର ସୁଚାରୁ ପରିଚାଳନା ସମ୍ବନ୍ଧୀୟ ବୈଠକ .

0
WhatsApp Image 2026-05-20 at 5.53.39 AM

ରାଇରଙ୍ଗପୁର:  ରାଇରଙ୍ଗପୁର ଓ ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବାମନଘାଟି ଶ୍ରୀ ଉଗ୍ରସେନ ଓରାମଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର ) ସମ୍ବନ୍ଧୀୟ ଏକ ବିଶେଷ ବୈଠକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି.

ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଏସ ଆଇ ଆର ପାଇଁ ତା ୦୧।୦୭।୨୦୨୬ ରିଖକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ, ତା ୨୦।୦୫।୨୦୨୬ ରୁ ତା ୨୯।୦୫।୨୦୨୬ ରିଖ ମଧ୍ୟରେ ତାଲିମ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି ଏବଂ ମୁଦ୍ରଣ କାର୍ଯ୍ୟ ସମ୍ପନ୍ନ, ତା ୩୦।୦୫।୨୦୨୬ ରୁ ତା୨୮.୦୬.୨୦୨୬ ରିଖ ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ଵାରା ଘରକୁ ଘର ଯାଇ ଉଦ୍ଦିଷ୍ଟ ଫର୍ମ ରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ପୂରଣ କରିବା, ତା ୨୮.୦୬.୨୦୨୬ ରିଖ ସୁଦ୍ଧା ଭୋଟ ଗ୍ରହଣ କେନ୍ଦ୍ରର ଯୁକ୍ତି ଯୁକ୍ତ କରାଇବା,ତା ୦୫.୦୭.୨୦୨୬ ରିଖ ସୁଦ୍ଧା ଭୋଟର ତାଲିକା ଚିଠା ପ୍ରକାଶନ କରାଯିବା, ତା ୦୫।୦୭।୨୬ ରିଖ ରୁ ତା ୦୪.୦୮.୨୦୨୬ ରିଖ ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ କରାଯିବା ସହିତ ତା ୦୫-୦୭-୨୦୨୬ ରିଖ ରୁ ତା ୦୨- ୦୯-୨୦୨୬ ରିଖ ସୁଦ୍ଧା ଅଭିଯୋଗକାରୀଙ୍କୁ ଅଭିଯୋଗର ସମାଧାନ ପାଇଁ ନୋଟିସ ଦ୍ୱାରା ସୂଚୀତ କରିବା ସହ ଆପତ୍ତି ଅଭିଯୋଗର ଫଇସଲା କରାଯିବା ଏବଂ ତା ୦୬.୦୯.୨୦୨୬ ରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ହେବା ସମ୍ବନ୍ଧରେ ସୂଚନା ପ୍ରଦାନ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା.
ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ କଂଗ୍ରେସ ଦଳ ତରଫରୁ ରୂପକ କୁମାର ମହାନ୍ତି, ବାରେଲ
ସିର୍କା, ଲକ୍ଷ୍ମଣ ମାଝୀ, ଭାରତୀୟ ଜନତା ପାର୍ଟିର ସୁଧାଂଶୁ ଶେଖର ମହାନ୍ତ, ଆଲୋକ ରଞ୍ଜନ ମହାନ୍ତ, ବିଜୁ ଜନତା ଦଳର ମାଝିଆ ରାମ ଟୁଡୁ, ରାଇସେନ ମୁର୍ମୁ, ପଙ୍କଜ ଦାସ, ସୁବାସ ଚନ୍ଦ୍ର ମଣ୍ଡଳ, ବିରଞ୍ଚି ନାରାୟଣ ନନ୍ଦ,ଗୋପବନ୍ଧୁ ଗିରି, ବହୁ ଜନ ସମାଜ ପାର୍ଟିର ଜଟିଆ ସାୟାଁ ଓ ଝାରଖଣ୍ଡ ମୁକ୍ତି ମୋର୍ଚାର ସାଲୁ କିସ୍କୁ ପ୍ରମୁଖ ଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଉପ -ଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସାରସକଣା ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,ବିଭାଗୀୟ ଅଧିକାରୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ରାଜସ୍ଵ ସହାୟକ ଶ୍ରୀଯୁକ୍ତ ପ୍ରସାଦ ବେହେରା ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed