ମାୟାବର୍ହା ହାଇସ୍କୁଲରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ।
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ବୁଧବାର ଦିନ ନୂତନ ଭାବରେ ନବମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ସେଠୀ, ଆୟୁଷି ନାୟକ, ପ୍ରୀତି ପ୍ରଧାନ ଓ ଦୀପ୍ତିଶିଖା ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ, କନ୍ଦା ଗାଡ ହାଇସ୍କୁଲର ପୂର୍ବତନ ଶିକ୍ଷକ ସମ୍ପଦ ଖମାରୀ, ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ବିକାଶର ଉପଯୁକ୍ତ ମାଧ୍ୟମ ବିଦ୍ୟାଳୟ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଦଶମ ଶ୍ରେଣୀର ଆଭା ସାହୁ , ପ୍ରୀତି ପ୍ରଧାନ , ଆୟୁଷି ନାୟକ ଓ ନବମ ଶ୍ରେଣୀର ଡଲି ସାହୁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ ,ଲିପି ପ୍ରଧାନ,ସୁନିଲ ପ୍ରଧାନ, ବିଭୀଷଣ ଖମାରୀ,, ସୂରଜ ଖମାରୀ , ସମୀର କଥାର, ଶୋଭାଗିନୀ ସାହୁ, ସୂର୍ଯ୍ୟକାନ୍ତ କାଣ୍ଡ ଓ ମୀନକେତନ ଦାସ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
