ସୁବର୍ଣ୍ଣପୁର ଜିଲ୍ଲା ର ପ୍ରଥମ ଜାତୀୟ ସନ୍ତରଣ କାରୀ ସ୍ୱପ୍ନଜିତ୍ ଙ୍କ ସଫଳତା
ଦଶମ ସିବିଏସଇ ବୋର୍ଡ ରେ 98.2 ଶତକଡା ହାସଲ l
–
ସୁବର୍ଣ୍ଣପୁର ଜିଲ୍ଲା ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଶ୍ରୀମାନ ସ୍ବପ୍ନଜିତ୍ ମିଶ୍ର ସିବିଏସଆଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଶତକଡା 98.2 ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସକାଳେ ବିଦ୍ୟାଳୟ ଯିବା ସହିତ ଅପରାହ୍ନ ରେ ଦିନକୁ ଚାରିଘଣ୍ଟା ସନ୍ତରଣ କରି ପୁଣି ସନ୍ଧ୍ୟା ରେ ନିଜ ପାଠ ପଢ଼ିବା ସହିତ ୱର୍କ ଆଉଟ୍ ର ଓ କଠିନ ପରିଶ୍ରମ ର ମୂଲ୍ୟ ତାଙ୍କୁ ମିଳିଛି।ଏତଦ୍ ବ୍ୟତୀତ ଓଡ଼ିଶା ରୁ ସିଲେକ୍ଟ ହୋଇ ଚେନ୍ନାଇ କୁ ସ୍କାଉଟ ର ହୀରକ ଜୟନ୍ତୀ ପାଳନ ଅବସର ରେ ଯାଇ ସେଠାରେ ପ୍ରାୟ ଏକ ମାସ ପ୍ରଶିକ୍ଷଣ ନେଇ ସେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି।ଏହା ସହିତ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସଜିଏଫ୍ଆଇ ରେ ଅଂଶ ଗ୍ରହଣ କରି ଜିଲ୍ଲା ଓ ବିଦ୍ୟାଳୟ ର ଗୌରବ ବଢ଼ାଇଛନ୍ତି।ଓଡ଼ିଶା,ଦିଲ୍ଲୀ ଓ ବାଙ୍ଗାଲୋର ରେ ଅନୁଷ୍ଠିତ କେନ୍ଦ୍ରୀୟ ବିଦ୍ୟାଳୟ ର ବିଭିନ୍ନ ରେଜିଓନାଲ,ଷ୍ଟେଟ ଲେଭେଲ୍ ଓ ଜାତୀୟ ସ୍ତରୀୟ ସନ୍ତରଣ ରେ ମଧ୍ୟ ରେ ଅନେକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ବିଦ୍ୟାଳୟ ତଥା ଜିଲ୍ଲା ର ପ୍ରଥମ ସନ୍ତରଣ କାରି ଭାବେ ଜିଲ୍ଲାପାଳ ଡ.ନୃପରାଜ ସାହୁ ଙ୍କ ଠାରୁ ସମ୍ମାନପତ୍ର ଗ୍ରହଣ କରିଛନ୍ତି। ହାଇଦ୍ରାବାଦ ରେ ଅନୁଷ୍ଠିତ ହଜକଥାନ ରେ ମଧ୍ୟ ସେ କୃତିତ୍ୱ ଅର୍ଜନ କରିଛନ୍ତି।

ସ୍ବପ୍ନଜିତ୍ ତାଙ୍କ ଏହି ସଫଳତା ର ଶ୍ରେୟ ନିଜ ବଡଭାଇ ଚିନ୍ମୟ,ପରିବାର ବର୍ଗ ଓ ବିଦ୍ୟାଳୟ ର ଅଧ୍ୟକ୍ଷ , ଶିକ୍ଷକ ତଥା ନିଜ ଗୃହ ଶିକ୍ଷକ ଶ୍ରୀ ରାଜେଶ ମେଣ୍ଡିଲି ଙ୍କୁ ଦେଇଛନ୍ତି।ବର୍ତ୍ତମାନ ସେ ସନ୍ତରଣ ସହିତ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ରେ ଅଧ୍ୟୟନ ରତ ଅଛନ୍ତି। ସ୍ୱପ୍ନଜିତ୍ ବୌଦ୍ଧ ଜିଲ୍ଲା ବହିରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ୍ ଲାଲ ମିଶ୍ର ଓ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ସ୍ୱର୍ଣ୍ଣପ୍ରଭା ମହାପାତ୍ର ଙ୍କ ସାନପୁଅ ତଥା ବୌଦ୍ଧ ବୁଟୁପାଲି ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜ୍ୟୋତିର୍ବିଦ ଶ୍ରୀ ଉମାକାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ମିଶ୍ର ଙ୍କ ନାତି ଅଟନ୍ତି ।ସନ୍ତରଣ ରେ ଜାତୀୟ କୃତିତ୍ୱ ଲାଭ କରିବା ସହିତ ପାଠ ପଢ଼ା ରେ ମଧ୍ୟ ସଫଳତା ଲାଭ କରି ସେ ବର୍ତ୍ତମାନ ଅନ୍ୟ ପିଲାଙ୍କ ପାଇଁ ଏକ ଆଦର୍ଶ ହୋଇଛନ୍ତି।ଭବିଷ୍ୟତ ରେ ସେ ସଫ୍ଟୱେରଞ୍ଜିନିୟର ହୋଇ ମୋବାଇଲ ଦ୍ୱାରା ହେଉଥିବା ବିଭିନ୍ନ ସାଇବର୍ ଅପରାଧ ରୋକିବାକୁ ପ୍ରଯତ୍ନ ହେବେ ବୋଲି ଆଶା ପ୍ରକଟ କରିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
