November 4, 2026
Home » ସ୍ୱର୍ଗୀୟା ବିଶାଖା ତ୍ରିପାଠୀ ଙ୍କ ବିୟୋଗରେ ଶ୍ରୀ ଗୋପାଳ ଜୀ ଓ ଦିବ୍ୟ ଉର୍ଯ୍ୟା ଯୋଗାଳୟ ରେ ଶୋକ ପାଳନ

ସ୍ୱର୍ଗୀୟା ବିଶାଖା ତ୍ରିପାଠୀ ଙ୍କ ବିୟୋଗରେ ଶ୍ରୀ ଗୋପାଳ ଜୀ ଓ ଦିବ୍ୟ ଉର୍ଯ୍ୟା ଯୋଗାଳୟ ରେ ଶୋକ ପାଳନ

0
WhatsApp Image 2026-11-02 at 12.42.12 PM

ସୋନପୁରର ଧର୍ମପ୍ରାଣା ମହିଳା ,ସୋନପୁର ବ୍ଳକ ଅନ୍ତର୍ଗତ ମୟୁରଉଡ଼ାନ ଗ୍ରାମ ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ସ୍ୱର୍ଗତ ଘାସିରାମ ତ୍ରିପାଠୀ ଙ୍କର ଧର୍ମପତ୍ନୀ , ଶ୍ରୀ ଗୋପାଳଜୀ ଯୋଗାଳୟ ର ସଭାପତି ଶ୍ରୀ ହରିହର ଶତପଥୀ ଙ୍କ ବଡ ଭଉଣୀ ତଥା ଯୋଗାଳୟ ସଂଯୋଜକ ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଙ୍କର ମାତା ପୂଜ୍ୟା ବିଶାଖା ତ୍ରିପାଠୀ ଙ୍କର ବିୟୋଗ ରେ ସୋନପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତମଶ୍ୱା ଯୋଗାଳୟ ଓ ଫରେଷ୍ଟ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ଯୋଗ ସମିତି ପକ୍ଷରୁ ଶ୍ରୀମତୀ ତ୍ରିପାଠୀ ଙ୍କ ଅମର ଆତ୍ମାଙ୍କର ଶାନ୍ତି ଓ ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଆଜି ମୃତ୍ୟୁଞ୍ଜୟ ଜପ ପୂର୍ବକ ଏକ ସ୍କୃତି ସଭା ଅନୁଷ୍ଟିତ ହୋଇଥିଲା ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ ପ୍ରଭୁ ପରମେଶ୍ୱର ଙ୍କର ଠାରେ ସାମୁହିକ ପ୍ରାର୍ଥନା କରା ଯାଇଥିଲା । ଶ୍ରୀ ଗୋପାଳଜୀ ଯୋଗାଳୟ ର ସମ୍ପାଦକ ଡ଼. ଆର୍ତ୍ତତ୍ରାଣ ବାବୁ ଓ ଫରେଷ୍ଟ ପାର୍କ ଠାରେ ଦିବ୍ୟ ଉର୍ଯ୍ୟା ସମ୍ପାଦକ ଶ୍ରୀବନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଭୟ ସଭାରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *