ରାଜ୍ୟ ସ୍ତରୀୟ ୫ମ ଟାଇକାଣ୍ଡୋ ଚାମ୍ପିଅନଶିପ୍ ରେ ସୁବର୍ଣ୍ଣପୁର ପ୍ରତିଯୋଗୀ ଙ୍କ ପଦକ ହାସଲ l
ସୁବର୍ଣ୍ଣପୁର — ଇଣ୍ଡିଆ ଟାଇକୋଣ୍ଡୋ ଦ୍ୱାରା ଅନୁବନ୍ଧିତ ଓଡିଶାର ର ଏକମାତ୍ର ସଂଘ ଓଡ଼ିଶା ଟାଇକାଣ୍ଡୋ ତଥା କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ସ୍ବୀକୃତି ଓ ସାହାର୍ଯ୍ୟ କ୍ରମେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ କଟକ ଠାରେ ୫ମ ଓଡ଼ିଶା ଟାଇକୋଣ୍ଡୋ ରାଜ୍ୟ ସ୍ତରୀୟ ଚାମ୍ପିଅନଶିପ୍ ପ୍ରତିଯୋଗିତା ଗତ ଏପ୍ରିଲ ୨୮ ରୁ ୩୦ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହୋଇ ଯାଇଛି । ଏହି ସ୍ଵୀକୃତିପ୍ରାପ୍ତ ପ୍ରତିଯୋଗିତାରେ ବିଭିନ୍ନ ୨୫ ଟି ଜିଲ୍ଲାରୁ ସର୍ବ ମୋଟ ୮୦୦ ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ ଅଂଶ ଗ୍ରହଣ କରିଥିଲେ ଏବଂ ୧୨୦ ପ୍ରଶିକ୍ଷକ, ମ୍ୟାନେଜର ଯୋଗଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଟାଇକୋଣ୍ଡୋ ସଂଘ ଆର୍ଟସ୍ ଟେମ୍ପଲ ପକ୍ଷରୁ ୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ, ତନ୍ମଧ୍ୟରୁ ଓମ ପରିମିତା ମିର୍ଧା ସ୍ଵର୍ଣ୍ଣ ପଦକ, ଜୟ ଲକ୍ଷ୍ମୀ ମିର୍ଧା ଓ ପ୍ରତ୍ୟାଶା ବେହେରା ରୌପ୍ୟ ଏବଂ ସଗୁନ ଜଗତ, ସାହୁଳ ଖୁରା କାଂସ୍ୟ ପଦକ ହାସଲ କରି ସୁବର୍ଣ୍ଣପୁର ମାଟିକୁ ଗୌରବାନ୍ବିତ କରିଛନ୍ତି । ପ୍ରକାଶ ଥାଉକି କି ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସେହିପରି ସୁବର୍ଣ୍ଣପୁର ର ଅନ୍ୟ ୪ ଜଣ ପ୍ରତିଯୋଗୀ ଶ୍ରୁତି କୁମ୍ଭାର, ସାଇ ସାଧ୍ୱୀ, ସାଇ ଇଭାନ, ଅନମୋଲ ମିଶ୍ର ମଧ୍ୟ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପୂର୍ବକ ଭଲ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଅଳ୍ପକେ ପଦକ ଲାଭ କରିପାରିନାହାନ୍ତି ଏବଂ ସେମାନେ ଆଗାମି ଦିନରେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରେରଣା ନେଇ ଫେରିଛନ୍ତି।ଏହି ସଫଳତା ର ପଛରେ ଆର୍ଟସ ଟେମ୍ପଲ ସୁବର୍ଣ୍ଣପୁର ର କୋଚ ଏବଂ ସୁବର୍ଣ୍ଣପୁର ଟାଏକୋଣ୍ଡୋ ସମ୍ପାଦକ ସୁଶାନ୍ତ କୁମ୍ଭାରଙ୍କ କଠିଣ ପ୍ରଚେଷ୍ଟା, ସୁନିୟୋଜିତ ପ୍ରଶିକ୍ଷଣ ଓ ନିରନ୍ତର ପ୍ରେରଣା ଗୁରୁତ୍ୱପୂର୍ଣ ଭୂମିକା ନିଭାଉଛି ଓ ଏହି ସଫଳତାରେ ଆର୍ଟସ ଟେମ୍ପଲ ସୁବର୍ଣ୍ଣପୁର ଟାଇକେଣ୍ଡୋର ସଭାପତି ଅଭିଷେକ ନାୟକ, ଆର୍ଟ ଟେମ୍ପଲ ଏବଂ ସୁବର୍ଣ୍ଣପୁର ଟାଇକୋଣ୍ଡୋର ସଂସ୍ଥାପକ ମାଷ୍ଟର ଜ୍ଞାନ ରଞ୍ଜନ ମହାନ୍ତି ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା
ଦେଇଛନ୍ତି । ଆଗାମୀ ଦିନରେ ସୁବର୍ଣ୍ଣପୁର ମାଟିରୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ଟାଏକୋଣ୍ଡ ପ୍ରତିଭାଙ୍କୁ ଗଢିତୋଳିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିବ ବୋଲି ସଂସ୍ଥାପକ ମାଷ୍ଟର ମହାନ୍ତି ଦର୍ଶାଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
