May 9, 2026
Home » ରେଡ କ୍ରସ ର ଜନ୍ମଦାତା ହେନେରୀ ଡୁନାଣ୍ଟଙ୍କ ସ୍ମୃତିରେ ବୃକ୍ଷ ରୋପଣ l

ରେଡ କ୍ରସ ର ଜନ୍ମଦାତା ହେନେରୀ ଡୁନାଣ୍ଟଙ୍କ ସ୍ମୃତିରେ ବୃକ୍ଷ ରୋପଣ l

0
WhatsApp Image 2026-05-08 at 12.22.51 PM

 

ସୁବର୍ଣ୍ଣପୁର: ବିଶ୍ୱ ବ୍ୟାପୀ ମାନବୀୟ କଲ୍ୟାଣକାରୀ ସ୍ବେଚ୍ଛାସେବୀ ସଂଗଠନ ରେଡ୍ କ୍ରସ୍ ର ଜନ୍ମ ଦାତା ସାର୍ ଜନ୍ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଜୟନ୍ତୀ ତଥା ରେଡ୍ କ୍ରସ୍ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଅନ୍ତର୍ଗତ ଲକର୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ତଥା ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବକୁଳ,ଆମ୍ବ ସମେତ ବିଭିନ୍ନ ଫୁଲ ଗଛ ଲଗା ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା, ପୁରାତନ ଛାତ୍ର ଏକାଦୁଶିଆ ଦେହେରୀ, ବ୍ୟାସ ଦେବ ନନ୍ଦ, ଧୃବ ଚରଣ ରଥ, ବିକାଶ ରଥ, ପ୍ରଶାନ୍ତ ପଧାନ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *