ମିଳିଲା ପରିଚୟ : ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା ଘଟଣା : ପ୍ରେମ କୁ ସ୍ୱୀକୃତି ନ ମିଳିବାରୁ କରିଥିଲେ ଆତ୍ମହତ୍ୟା l
ସୁବର୍ଣ୍ଣପୁର—ରହିବୁ ସାଙ୍ଗ ହୋଇ l ମରିବୁ ସାଙ୍ଗ ହୋଇ l ଏହା ହିଁ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୁଲୁଣ୍ଡା ନିକଟରେ l ପରିବାର ଲୋକେ ତାଙ୍କ ପ୍ରେମ କୁ ସ୍ୱୀକୃତି ନ ମିଳିବାରୁ ଏକା ସାଙ୍ଗରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ପ୍ରେମୀ ଯୁଗଳ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିନିକା ଗୁଲୁଣ୍ଡା ଗାଁ ନିକଟସ୍ଥ ନିର୍ମାଲଛାୟା ପାଖରେ ରାସ୍ତା କଡରେ ଥିବା ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ବିନିକା ପୋଲିସ ।

ବରଗଛରେ ପ୍ରେମୀ ଯୁଗଳ ଝୁଲୁଥବା ଦେଖି କିଛି ଲୋକ ବିନିକା ପୋଲିସକୁ ଖବର ଦେଇଥିଲେ l ଏହି ଖବର ପ୍ରଚାରିତ ହେବା ପରେ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା l ବହୁ ସମୟ ଧରି ପ୍ରେମୀ ଯୁଗଳଙ୍କ ଶବ ବରଗଛରେ ଝୁଲି ରହିଥିଲା l ପରେ ବିନିକା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୟାରାମ ମେହେର ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଂଚିବା ପରେ ତାଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀଙ୍କ ସାହାଯ୍ୟରେ ଗଛ ଉପରୁ ପ୍ରେମୀ ଯୁଗଳଙ୍କ ଗାମୁଛା ଲଗା ଝୁଲନ୍ତା ମୃତଦେହ ଉଦ୍ଧାର କରି ତଳକୁ ଅଣାଯାଇଥିଲା । ଏଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଗଛମୁଳେ ଏକ ବ୍ୟାଗ ଓ ଉଭୟଙ୍କ ଚପଲକୁ ଜବତ କରିଛି ପୋଲିସ । ତେବେ ମୃତ ଯୁବକ ଓ ଯୁବତୀ ଙ୍କ ମିଳିଛି ପରିଚୟ । ଯୁବକ ରିତେଶ ଝାଙ୍କର (୨୧) ବର୍ଷ ଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ବାଜିଖୋଲ ଗାଁରେ ହୋଇଥିବା ବେଳେ ୧୪ ବର୍ଷୀୟା ନାବାଳିକା ଝିଅ ର ଘର ବିନିକା ଥାନା ମେଘଲା ପଞ୍ଚାୟତ କହଁରଡେରା ଗାଁର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ନାବାଳିକା ଙ୍କ ସମ୍ପର୍କୀୟ ଘର ଲଛିପୁର ଥାନା ବାଜିଖୋଲ ଗାଁ ରେ ହୋଇଥିବା ବେଳେ ସେ ସେଠାକୁ ବୁଲି ଯାଇଥିବା ବେଳେ ରିତେଶ ଓ ନାବାଳିକା ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।


ଉଭୟ ପ୍ରେମୀ ଯୁଗଳ କିଛି ମାସ ହେଲା ଘରୁ କୁଆଡେ ଚାଲି ଯାଇଥିଲେ ଏବଂ ପରେ ତାମିଲନାଡୁକୁ ଫେରାର ମାରିଥିବା ଜଣାପଡିଥିଲା । ଗତକାଲି ଉଭୟେ ଟ୍ରେନ ଯୋଗେ ବଲାଙ୍ଗୀର ପହଞ୍ଚି ଘରକୁ ଫେରିଥିଲେ ହେଲେ ପରିବାର ଲୋକେ ଉଭୟ ପ୍ରେମିକ ପ୍ରେମିକାକୁ ଗ୍ରହଣ ନକରିବାରୁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଏପଟେ ପୋଲିସ ଘଟଣା ସ୍ଥଳରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ଜବତ କରି ବିନିକା ମେଡିକାଲ କୁ ଆଣିଥିଲେ ଏବଂ ଡାକ୍ତର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ରେଫର କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବିନିକା ଥାନାଧିକାରୀ ଅନିତା କିଡୋ, ସବ ଇନିସ୍ପେକ୍ଟର ମାରୁତ ଚନ୍ଦ୍ର ପ୍ରଧାନ, ଏଏସଆଇ ତ୍ରିନାଥ ସାହୁ, ଆରଆଇ ବସନ୍ତ ଗରିଆ. ବଲାଙ୍ଗୀର ସାଇଣ୍ଟିଫିକ ଟିମ, ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ ।ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
