July 17, 2026
Home » ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ସାଧାରଣ ସଭା l

ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ସାଧାରଣ ସଭା l

0
WhatsApp Image 2026-07-15 at 6.05.13 PM (1)

ସୁବର୍ଣ୍ଣପୁର –ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉତ୍କଳ ପଶ୍ଚିମପ୍ରାନ୍ତ ସଭାପତି ଶ୍ରୀ ହରେକୃଷ୍ଣ ଭୋଇ ସଭାପତିତ୍ଵ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ମହାମନ୍ତ୍ରୀ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥି ରୂପେ ସମ୍ପାଦକ ବେଣୀମାଧବ ବେଦବାକ, କୋଷାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ନେଗୀ,ଐତିହ କଳା ପ୍ରମୁଖ ବସନ୍ତ କୁମାର ସାହୁ ସମେତ ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ସଂସ୍କାର ଭାରତୀର ସଂଗଠନ,ବିଭାଗ,ଓ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସବୁକୁ ହାତକୁ ନେଇ ବୌଦ୍ଧ ଜିଲ୍ଲାରେ ଏହାର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ କରିବା ନିମିତ୍ତ ଆହ୍ଵାନ କରିଥିଲେ । ବୌଦ୍ଧ ଜିଲ୍ଲାରେ ସଂସ୍କାର ଭାରତୀର ସଂଗଠନକୁ ଆଗକୁ ବଢାଇବା ପାଇଁ ପ୍ରାନ୍ତ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ନୂତନ ଦାଇତ୍ୱ ଘୋଷଣା କରାଯାଇଥିଲା । ଜିଲ୍ଲା ଲୋକକଳା ଦାଇତ୍ୱ ଶ୍ରୀ ଅରୁଣ କୁମାର ମେଣ୍ଡିଲିଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ସଭାପତି ଗୀତାରାଣୀ ରାୟ ଚୌଧୁରୀ,ମହାମନ୍ତ୍ରୀ କଲ୍ୟାଣୀ ମିଶ୍ର,କୋଷାଧ୍ୟକ୍ଷ ସୁନିତା ହୋତା,ସମ୍ପାଦକ ନିରଞ୍ଜନ ନାଏକ,ତୁଳସୀ ଭୋଇ ଉପସଭାପତି ଜଗନ୍ନାଥ ରାଜହଂସ,କୃଷ୍ଣଚନ୍ଦ୍ର ଆଡଜୁଆଲୀ ଓ ସୁରେନ୍ଦ୍ର କର୍ଣ୍ଣଙ୍କୁ ମଞ୍ଚକଳା ଦାଇତ୍ଵ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ମହାମନ୍ତ୍ରୀ କଲ୍ୟାଣୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ପୁଷ୍ପ ଚନ୍ଦନ ପ୍ରଦାନ କରି ସମସ୍ତଙ୍କୁ ସ୍ଵାଗତ କରିଥିବାବେଳେ ସୁନିତା ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମନମୁଣ୍ଡାରୁ ଆସିଥିବା କିର୍ତ୍ତନ୍ୟ କଳାକାରଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଭଜନ ପରିବେଷଣ କରାଯାଇଥିଲା ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *