୪୦କେଜି୫୦୦ଗ୍ରାମ ଗଂଜେଇ ସହ ମହିଳା ଗିରଫ କୋର୍ଟ ଚାଲାଣ
ଭେଡେନ ଥାନା ଋଷୁଡା ଫାଣ୍ଡି ଅନ୍ତର୍ଗତ କମଗାଁ ଗ୍ରାମର ରଞ୍ଜିତା ମାଝୀ(୪୦) ଙ୍କୁ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡ଼େଯେ ବରଗଡ ଏସପି ରବୀନ୍ଦ୍ର ଶତପଥୀ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ କମଗାଁ ଅଞ୍ଚଳରେ ଗଂଜେଇ ଚୋରା ଚାଲାଣ ହେଉଛି ଫଳରେ ତାଙ୍କ ନିର୍ଦେଶକ୍ରମେ ଭେଡେନ ଥାନା ଅଧିକାରୀ ଅରୁପ ରଞ୍ଜନ ବରାଇକ,ଏସଆଇ ଟଙ୍କଧର ବାରିହା,କନେଷ୍ଟବଳ ଅମୂଲ୍ୟ ପଧାନ ଓ ପୋଲିସ ଟିମ ଋଷୁଡା ଫାଣ୍ଡି ଅନ୍ତର୍ଗତ କମଗାଁ ଗ୍ରାମର ରଞ୍ଜିତା ମାଝୀ ଘରକୁ ଚଢ଼ାଉ କରି ଥିଲେ ଓ ତାଙ୍କ ଘର ସମ୍ମୁଖରେ ଥିବା ତାଙ୍କ ସ୍ୱାମୀ ମୁରଲୀ ମାଝୀଙ୍କ ନାମରେ ଥିବା ମାରୁତି ଅଳଟୋ ନମ୍ବର ଓଡ଼ି୧୬ବି୮୭୭୯ ଗାଡି ଭିତରେ ୪୦କେଜି ୫୦୦ଗ୍ରାମ ଗଂଜେଇ ପୋଲିସ ଜବତ କରିବା ସହ ମହିଳାଙ୍କୁ ଗିରଫ କରିଥିଲା।ଏନେଇ ଭେଡେନ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। ହେଲେ ଏତେ ପରିମାଣର ଗଂଜେଇ ସେ କେଉଁଠାରୁ ଆଣିଥିଲା ଓ କାହାକୁ ବିକ୍ରି କରିଥାଆନ୍ତା ସେ ସମ୍ବନ୍ଧରେ ପୋଲିସ ତଦନ୍ତ କଲେ ଚୋରାଚାଳନ ରେ ସଂପୃକ୍ତ ଥିବା ଅନେକ ଲୋକ ଧରାପଡିବେ ବୋଲି ଅଂଚଳରେ ଚର୍ଚ୍ଚା ହେଉଛି।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
