ସଫେଇ ଅଭିଯାନ ମାଧ୍ୟମରେ ଘରେ ଘରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଉପରେ କର୍ମଶାଳା

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଦିନ ପର୍ଯ୍ୟନ୍ତ ବ୍ୟାପକ ସଫେଇ ଅଭିଯାନ ମାଧ୍ୟମରେ ଘରେ ଘରେ ସ୍ଵଚ୍ଛତା କାର୍ଯ୍ୟକ୍ରମ୍ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କରିବା ଉପରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ(ପ୍ରଶାସନ), ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର କାର୍ଯ୍ୟକ୍ରମ ଉପରେ ବିଶଦ ଭାବରେ ସମସ୍ତଙ୍କୁ ତାଲିମ ମାଧ୍ୟମରେ ଅବଗତ କରିଥିଲେ । ଏହି କର୍ମଶାଳା ରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁରଙ୍କ ସମେତ ସମସ୍ତ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବୃନ୍ଦ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ବୃନ୍ଦ, ବ୍ଲକ ପ୍ରକଳ୍ପ ସଂଯୋଜକ ବୃନ୍ଦ, ପରିମଳ,ସରପଞ୍ଚ, ପୁଆ ଗ୍ରାମ ପଞ୍ଚାୟତ, ତରଭା ପଞ୍ଚାୟତ ସମିତି, ସମସ୍ତ ପଞ୍ଚାୟତ ସମିତିରେ ଆଗାମୀ ତା.୨୫.୦୮.୨୦୨୫ ଦିନ ସାପ୍ତାହିକ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ସମିତିର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ, ଜିଲ୍ଲା ପରିଷଦ ର ଜିଲ୍ଲା ପରିମଳ ସଂଯୋଜକ ଓ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଆର୍. ଜି.ଏସ୍. ଏ. ପ୍ରମୁଖ ଉପସ୍ଥିତ ଥିଲେ ।ଏହି କର୍ମଶାଳାରେ ସମାଜସେବୀ ତଥା ସ୍ୱେଚ୍ଛା ସେବୀ ଅନୁଷ୍ଠାନର ଶ୍ରୀ ନୀଳ ମାଧବ ଦିଗାଲ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ସ୍ଵଚ୍ଛତା ଓ ଏହାର କାର୍ଯ୍ୟକାରିତା ଉପରେ ସମସ୍ତଙ୍କୁ ବିଶଦ ଭାବରେ ବୁଝାଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…