ସମର୍ଦ୍ଧିତ ହେଲେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (EZCC)ର କାର୍ଯ୍ୟକାରୀ ସଦସ୍ୟ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ l
ସୁବର୍ଣ୍ଣପୁର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରତିଷ୍ଠିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (EZCC) କୋଲକାତା ର ଗଭର୍ଣ୍ଣିଙ୍ଗ ବୋର୍ଡର କାର୍ଯ୍ୟକାରୀ ସଦସ୍ୟ ଭାବେ ସମ୍ବଲପୁରର ବିଶିଷ୍ଟ ଲୋକନୃତ୍ୟ ଗୁରୁ ରଞ୍ଜନ କୁମାର ସାହୁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶାର କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି। ପଏଁରୀ ଅନୁଷ୍ଠାନର ଉପ ସଭାପତି ପ୍ରଫୁଲ୍ଲ କୁମାର ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠାନ ରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା ପଏଁରୀ ସୋନପୁର, ଦୁଲଦୁଲି କଳା ପରିଷଦ, ବଲାଙ୍ଗୀର, ଭୀମ ଭୋଇ କଳା ପରିଷଦ, ସୋନପୁର, ମା ମାହେଶ୍ୱରୀ ସାଂସ୍କୃତିକ ଅନୁଷ୍ଠାନ, ଘୋଡାଧାର ଓ ତାଙ୍କ ଶିଷ୍ୟ ଙ୍କ ସହିତ କଳାକାର ମାନେ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ l
ସେ ଜାତୀୟ ସ୍ତରରେ ଓଡ଼ିଶାର କଳା, ଐତିହ୍ୟ ଓ ଲୋକନୃତ୍ୟର ପ୍ରଚାର ପ୍ରସାରକୁ ଆହୁରି ବ୍ୟାପକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନିଜର ବକ୍ତବ୍ୟରେ ସୂଚନା ଦେଇଥିଲେ l ସେ ଓଡିଶାର 30 ଟି ଜିଲ୍ଲାର ଲୋକ କଳା, ଲୋକ ନୃତ୍ୟ ଓ ଲୋକ ସଂସ୍କୃତି କିପରି ଆଗକୁ ଯିବ ସେ ବିଷୟରେ କମିଟି ଆଗରେ ଉପସ୍ଥାପନ କରିବେ l ଏହି ସମ୍ୱର୍ଦ୍ଧନା ଉତ୍ସବ ରେ ପଏଁରୀ ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟ ସୌମ୍ୟ ରଞ୍ଜନ ସେଠିଙ୍କ ସମେତ ଦୁଲ ଦୁଲି କଳା ପରିଷଦ ର ସମ୍ପାଦକ ବାସୁଦେବ ସା, ଭୀମ ଭୋଇ କଳା ପରିଷଦ ର ସମ୍ପାଦକ ଉମେଶ କୁମ୍ଭାର, କଣ୍ଠ ଶିଳ୍ପୀ ଶତ୍ରୁଘନ ଲୁହା, କଳାକାର ସ୍ୱରୂପା ସିଂ, ଜଗନ୍ନାଥ ସୁନା, କାଜଲ ବିଦ୍ୟାଧର, ନିରାକାର ଦେହୁରୀ ଓ ମନୋଜ ବାବୁ ଉପସ୍ଥିତ ଥିଲେ l ଶେଷରେ ପଏଁରୀ ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର ଧନ୍ୟବାଦ ପ୍ରଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
