April 30, 2026
Home » ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା, ରାଜ୍ୟବ୍ୟାପୀ ଆନ୍ଦୋଳନରେ ବୌଦ୍ଧ ଜିଲ୍ଲା ହେଲା ସାମିଲ, ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଗଲା ଦାବିପତ୍ର l

ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା, ରାଜ୍ୟବ୍ୟାପୀ ଆନ୍ଦୋଳନରେ ବୌଦ୍ଧ ଜିଲ୍ଲା ହେଲା ସାମିଲ, ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଗଲା ଦାବିପତ୍ର l

0
WhatsApp Image 2026-04-29 at 6.21.22 PM

ସୁବର୍ଣ୍ଣପୁର — ଭାରତର ଅନେକ ରାଜ୍ୟରେ ସାମ୍ବାଦିକମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ ସାମ୍ବାଦିକମାନେ ଅବହେଳିତ ହେଉଛନ୍ତି l ପୂର୍ବ ସରକାର ସମୟରେ ହୋଇଥିବା ଦାବୀକୁ ବର୍ତ୍ତମାନ ସରକାର ବିରୋଧୀ ଦଳରେ ରହିଥିବା ବେଳେ ଦାବୀକୁ ସମର୍ଥନ ଜଣାଇଥିଲେ l ଦୁଃଖର କଥା ନୂତନ ସରକାର ଦୁଇ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ସାମ୍ବାଦିକଙ୍କ ସମସ୍ୟା ନାଲିଫିତା ତଳେ ରହିଯାଇଛି l ସରକାରଙ୍କୁ ତିନିମାସ ବ୍ୟବଧାନରେ ଦାବୀ ଜଣାଇବା ପରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି l ରାଜ୍ୟର ସର୍ବ ପୁରାତନ ସଂଘ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି l

ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ସାମ୍ବାଦିକମାନଙ୍କ ସମର୍ଥନରେ ପଦଯାତ୍ରା ମାଧ୍ୟମରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ସାମ୍ବାଦିକମାନଙ୍କ ପାଖରେ ପହଞ୍ଚିବା ପରେ ସଭାପତି ଦେବାଶିଷ ପୁରୋହିତ ଦାବୀପତ୍ର ପାଠ କରିଥିଲେ l ଦାବୀପତ୍ର ଗ୍ରହଣ କରି ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ ସାମ୍ୱାଦିକ ରବୀନ୍ଦ୍ର କୁମାର ରାଉତ, ସମ୍ପତ୍ତ କୁମାର ଅଗ୍ରୱାଲା, ମୁକେଶ ପାଢ଼ୀ, ବନମାଳୀ ପ୍ରଧାନ, ମହେଶ ଶତପଥି ପ୍ରମୁଖ ଯୋଗଦାନ କରିଥିଲେ l ଆସନ୍ତା ମେ ୧ ତାରିଖରେ ସମସ୍ତ ସାମ୍ବାଦିକ କଳାବ୍ୟାଚ ପରିଧାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସ୍ଥିର କରାଯାଇଛି l ସରକାର ଯଦି ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେବେ ନାହିଁ ଆସନ୍ତା ଦିନରେ ଭୁବନେଶ୍ୱର ଠାରେ ସାମ୍ବାଦିକ ଙ୍କ ମହା ସମାବେଶ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *