ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ
୯୯.୨% ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର…
ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଧର୍ମଗଡ଼ ଏଲ୍ ନିସି ମିଶନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବେଳେ ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ(ଦିବ୍ୟମ୍) ୯୯.୨% ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇ ଧର୍ମଗଡ଼ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି।ମାଷ୍ଟର ସ୍ୱୟାଂଶୁ ଶ୍ରେଷ୍ଠ ୫ ବିଷୟ ମଧ୍ୟରୁ ସର୍ବାଧିକ ନମ୍ବର ରଖିଛନ୍ତି। ସହିଦ୍ ଦିଲ୍ଲୀପ କୁମାର ସାହୁ ଓ ଶିକ୍ଷୟିତ୍ରୀ ସାରଦା ସାହୁ ଙ୍କ ର ପୁଅ ମାଷ୍ଟର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ ସଂପ୍ରତି ଧର୍ମଗଡ଼ ରେ ଅଜା ଚନ୍ଦ୍ରଧ୍ଵଜ ସାହୁ ଓ ଆଈ ପଙ୍କଜିନୀ ସାହୁ ଙ୍କ ପାଖରେ ରହି ଅଧ୍ୟୟନ କରୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭବିଷ୍ୟତରେ ସେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ ରଖିଛନ୍ତି ବୋଲି କୃତି ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁ(ଦିବ୍ୟମ୍) ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଧର୍ମଗଡ଼ ଏଲନିଶି ସ୍କୁଲ୍ ରୁ ମୋଟ ୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏହି ବିଦ୍ୟାଳୟର ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ୯୦% ଏବଂ ତା’ଠାରୁ ଅଧିକ ପ୍ରତିଶତ ନମ୍ବର ପାଇଛନ୍ତି।ଆମେ ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏବଂ ଆମର ଶିକ୍ଷକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଉଛୁ ଓ ଏଲ୍ ନିସି, ଧର୍ମଗଡ଼ ପୁଣି ଥରେ ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ଏବଂ ଉତ୍କୃଷ୍ଟ ଶିକ୍ଷାଗତ ରେକର୍ଡରେ ଆଗରେ ରହିଛି ବୋଲି ସ୍କୁଲ୍ ର ଡାଇରେକ୍ଟର ଏସ ଜୟ କୁଟ୍ଟି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାରେ ଧର୍ମଗଡ଼ ଏଲନିଶି ମିଶନ ସ୍କୁଲର ନିର୍ଦ୍ଦେଶକ କେ.ଜୟ କୁଟ୍ଟୀ ସମେତ ପ୍ରିନ୍ସିପାଲ ସୁହିତ ରଞ୍ଜନ ପଣ୍ଡା ଓ ସ୍କୁଲ୍ ମ୍ୟାନେଜର ପର୍ରସିସ୍ ସାରାବନି ଶୁଭେଛା ଜଣାଇ ତାଙ୍କ ସ୍କୁଲ୍ ର ଛାତ୍ର ମାଷ୍ଟର ସ୍ୱୟାଂଶୁ ଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ପ୍ରତିଭାଶାଳୀ ଛାତ୍ର ସ୍ୱୟାଂଶୁ ଙ୍କର ଏଭଳି ସଫଳତାକୁ ନେଇ ଧର୍ମଗଡ଼ ସହରରେ ଖୁସି ପ୍ରକାଶ ପାଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
